Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି ଆଇଏସଆଇ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି ଆଇଏସଆଇ

ନୂଆଦିଲ୍ଲୀ : ଖାଲିସ୍ତାନୀ ଆତଙ୍କବାଦୀଙ୍କୁସୁରକ୍ଷା ଦେବା ପାଇଁ ଅନ୍ତର୍ଜାତୀୟ ସ୍ତରରେକାନାଡା ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି ।ଏଥି ସହିତ ଭାରତ ସହ ସମ୍ପର୍କରେ ସମସ୍ୟାସୃଷ୍ଟି ହେବାରେ ଲାଗିଛି । ଏହି ସମୟରେଗୁପ୍ତଚର ସୂତ୍ରରୁ ଆଶ୍ଚର୍ଯ୍ୟଜନକ ତଥ୍ୟପ୍ରକାଶ ପାଇଛି ଯେ କାନାଡାର ଖାଲିସ୍ତାନୀ,ବିଶେଷକରି ଲିବରାଲ ପାର୍ଟି ଏବଂ ନ୍ୟୁଡେମୋକ୍ରାଟିକ ପାର୍ଟି, ଭାନକୋଭରରେପାକିସ୍ତାନର ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ(ଆଇଏସଆଇ) ଏଜେଣ୍ଟମାନଙ୍କଠାରୁ ନିୟମିତପାଣ୍ଠି ଗ୍ରହଣ କରୁଛନ୍ତି । ସୂତ୍ରରୁ ପ୍ରକାଶଖାଲିସ୍ତାନୀଉପାଦାନଗୁଡ଼ିକ ଛାତ୍ରୀଛାତ୍ରମାନଙ୍କଠାରୁ ଇମିଗ୍ରେତଶନ ନାମରେ ଟଙ୍କା ନେଉଛନ୍ତି ଏବଂ ଏହାକୁ ଭାରତ ବିରୋଧୀ ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି । ଏହା ବ୍ୟତୀତ ସୂଚନା ମଧ୍ୟ ସାମ୍ନାକୁ ଆସିଛି ଯେଉଁ ଛାତ୍ରୀଛାତ୍ରମାନେ କାନାଡାରୁ ଭାରତ ଫେରିବାକୁ ଚାହୁଁନାହାଁନ୍ତି ସେମାନେ ଖାଲିସ୍ତାନୀ ଗୋଷ୍ଠୀ ଦ୍ୱାରା ଭାରତ ଏବଂ କାନାଡାର ଭାରତୀୟ ଉଚ୍ଚ ଆୟୋଗ ବିରୋଧରେ ବିରୋଧ ପ୍ରଦର୍ଶନ କରିବାରେ କରାଯାଉଛି । ତେବେ ପୁରାତନ କାନାଡିୟମାନେ ଖାଲିସ୍ତାନୀ ଗୋଷ୍ଠୀକୁ ସମର୍ଥନ କରିବା ସପକ୍ଷରେ ନାହାଁନ୍ତି । କିନ୍ତୁ ନୂତନ ଗୋଷ୍ଠୀ ସେମାନଙ୍କ ସ୍ୱାର୍ଥ ପାଇଁ ସେମାନଙ୍କୁ ସହଯୋଗ କରୁଛନ୍ତି । ସୂତ୍ର ଆହୁରି ମଧ୍ୟ କହିଛି ୨୦୨୧ ମସିହାରେ ନୂଆଦିଲ୍ଲୀରେ ଥିବା ପ୍ରମୁଖ କୃଷି ବିଲ ଉପରେ କୃଷକଙ୍କ ବିରୋଧ କାନାଡା ଏବଂ ପାକିସ୍ତାନ ସରକାରଙ୍କ ଦ୍ୱାରା ସମର୍ôଥତ ଖାଲିସ୍ତାନୀ ଉପାଦାନ ଦ୍ୱାରା ପ୍ରୋତ୍ସାହିତ ହୋଇଥିଲା ।

Leave a Reply