Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖୋଜି ଖୋଜି ନିପାତ କରାଗଲା ଆତଙ୍କବାଦୀଙ୍କୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖୋଜି ଖୋଜି ନିପାତ କରାଗଲା ଆତଙ୍କବାଦୀଙ୍କୁ


ଶ୍ରୀନଗର: ୭ଦିନ ପରେ ପରେ ଶେଷ ହେଲା ଅପରେସନ । ନିହତ ହେଲା ଲସ୍କର କମାଣ୍ଡରଉଜୈର ଖାନ୍ । ମଙ୍ଗଳବାର ଦିନ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଭାରତୀୟ ସୁରକ୍ଷା ବାହିନୀକୁଏକ ବଡ଼ ସଫଳତା ମିଳିଛି ।୭ଦିନ ଧରି ଚାଲିଥିବାଏନକାଉଣ୍ଟର ଆଜି ଶେଷ ହୋଇଥିବା ବେଳେଭାରତୀୟ ସେନା ଗୁଳିରେ ନିହତ ହୋଇଛି ଲସ୍କର-ଏତଇବା କମାଣ୍ଡର ଉଜୈର ଖାନ । ଜଣେ ଅଧିକାରୀ କହିଛନ୍ତି ଯେ ଗତ ମଙ୍ଗଳବାର ସନ୍ଧ୍ୟାରେ ଅନନ୍ତନାଗ ଜିଲ୍ଲାର କୋକରନାଗ ଜଙ୍ଗଲରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ଆଜି ଉଜୈର ଖାନର ମୃତ୍ୟୁ ପରେ ଏହି ଅପରେସନ ଶେଷ ହୋଇଛି । ଜମ୍ମୁ-କଶ୍ମୀରର ଏଡିଜିପି ବିଜୟ କୁମାର କହିଛନ୍ତି, “ଲସ୍କର କମାଣ୍ଡର ଉଜୈର ଖାନଙ୍କୁ ହତ୍ୟା କରାଯାଇଛି । ସେ ରଖିଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଉଜୈର ସହ ଅନ୍ୟ ଜଣେ ଆତଙ୍କବାଦୀର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ଅନନ୍ତନାଗର କୋକରନାଗରେ ଏନକାଉଣ୍ଟର ଶେଷ ହୋଇଥିଲେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି । ” ଉଲ୍ଲେଖଯୋଗ୍ୟ, ସେପ୍ଟମ୍ବର ୧୨ରେ କୋକରନାଗରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ଏହି ଅପରେସନ୍ ଆରମ୍ଭ କରିଥିଲା । ପରଦିନ ଏନକାଉଣ୍ଟରରେ ସେନା କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଧୋନଚକ ଏବଂ ଜମ୍ମୁ କଶ୍ମୀର ପୁଲିସ ଡିଏସପି ହୁମାୟୁନ ଭଟ୍ଟ ସହିଦ ହୋଇଥିଲେ । ଏହା ପରେ ଆତଙ୍କବାଦୀମାନେ ସେଠାରୁ ପଳାଇ ଯାଇଥିଲେ । ଏହି ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରିଥିଲା ଭାରତୀୟସେନା । ଆଜି ଉଜେ?ର ଖାନର ମୃତ୍ୟୁ ପରେ ଏହି ଅପରେସନ ଶେଷ ହୋଇଛି ।

Leave a Reply