Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୁହ ଦଙ୍ଗାର ଅଭିଯୁକ୍ତ ମାମନ ଖାନଙ୍କୁ ୧୪ ଦିନ ଜେଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୁହ ଦଙ୍ଗାର ଅଭିଯୁକ୍ତ ମାମନ ଖାନଙ୍କୁ ୧୪ ଦିନ ଜେଲ

ଗୁରୁଗ୍ରାମ: ନୁହ ଦଙ୍ଗାର ଅଭିଯୁକ୍ତ କଂଗ୍ରେସ ନେତା ଅଭିଯୁକ୍ତ ମାମନ ଖାନଙ୍କୁ ସିଜେଏମ ଯୋଗେନ୍ଦ୍ର ସିଂହଙ୍କ କୋର୍ଟ ୧୪ ଦିନ ପାଇଁ ଜେଲ ପଠାଇ ଦେଇଛନ୍ତି । ଦ୍ୱିତୀୟ ଥର ରିମାଣ୍ଡ ଅବଧି ଶେଷ ହେବା ପରେ ମଙ୍ଗଳବାର ନୁହର ଏସଆଇଟି ତାଙ୍କୁ କୋର୍ଟରେ ହାଜର କରିଥିଲା । ଏହାସହିତ ନିଜ ବୟାନରେ ସାଇନ ନକରିବା କାରଣରୁ ତାଙ୍କ କେସରେ ଆଉ ଏକ ଧାରା ଯୋଡି ହୋଇଯାଇଥିବା ସୂଚନା ମିଳିଛି । ଜୟପୁରରୁ ଗିରଫ ହେବା ପରେ ବିଧାୟକ ମାମନ ଖାନ ପୋଲିସର ଗିରଫରେ ଥିଲେ । ପ୍ରଥମ ଥର କୋର୍ଟରେ ହାଜର ପରେ ତାଙ୍କୁ ୨ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଥିଲା । ରିମାଣ୍ଡ ଅବଧି ସରିବା ପରେ ଅନ୍ୟ ଏକ ଏଫଆଇଆରରେ ଏସଆଇଟି ପକ୍ଷରୁ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା । ଦ୍ୱିତୀୟ ଥର ବି କୋର୍ଟ ୨ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି । କୋର୍ଟରେ ଉଭୟ ପକ୍ଷରୁ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଯୁକ୍ତି ଚାଲିଥିଲା । ମାମନ ଖାନଙ୍କୁ ସହଯୋଗ କରୁନଥିବା ଏସଆଇଟି କୋର୍ଟରେ କହିଥିଲା । ମାମଲା ଖାନ ନିଜେ ଦେଇଥିବା ବୟାନରେ ଦସ୍ତଖତ କରୁନଥିବା କୋର୍ଟରେ ଏସଆଇଟି ପକ୍ଷରୁ କୁହାଯାଇଛି । ଏଭଳି ପରିସ୍ଥିତିରେ ତଦନ୍ତକୁ ଆଗକୁ ବଢାଇବାରେ ସମସ୍ୟା ଉପୁଜୁଥିବା କୁହାଯାଇଛି ।ବିନା ଦସ୍ତଖତରେ ବୟାନ କାଗଜକୁ ସତ୍ୟ ବୋଲି କୁହାଯାଇପାରିବ ନାହିଁ । ଏଭଳି ପରିସ୍ଥିତିରେ ମାମନ ଖାନଙ୍କ ଉପରେ ଧାରା ୧୮୦ ଅନୁସାରେ ମାମଲା ରୁଜୁ ହୋଇଛି । ଏହି ଧାରା ଅନୁସାରେ ଜଣେ ଲୋକ ସେବକ ଆଗରେ ଦିଆଯାଇଥିବା ବୟାନରେ ଦସ୍ତଖତ କରିବାକୁ ମନା କରିବା । ମାମନ ଖାନଙ୍କ ବିରୁଦ୍ଧରେ ଏବେ ନୂଆ କେସ୍ ରୁଜୁ ହୋଇଛି । ଏହି ମାମଲାରେ ୩ମାସ ପର୍ଯ୍ୟନ୍ତ ଜେଲ ହେବା ସହ ୫ଶହ ଟଙ୍କା ଜରିମାନା ଦେବାର ନିୟମ ରହିଛି ।

Leave a Reply