Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲୋକସଭାରେ ଆଗତ ହେଲା ‘ନାରୀଶକ୍ତି ବନ୍ଦନା ଅଧିନିୟମ ବିଲ୍‌ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲୋକସଭାରେ ଆଗତ ହେଲା ‘ନାରୀଶକ୍ତି ବନ୍ଦନା ଅଧିନିୟମ ବିଲ୍‌

’ ନୂଆଦିଲ୍ଲୀ : ନୂତନ ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଗତ କରାଯାଇଛି । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ କରିଛନ୍ତି । ମହିଳା ସଂରକ୍ଷଣ ବିଲ୍‌ର ନାମ ହେଉଛି ‘ନାରୀ ଶକ୍ତି ବନ୍ଦନା ଅଧିନିୟମ ବିଲ୍‌’ । ମହିଳା ସଂରକ୍ଷଣ ବିଲ୍‌ରେ ସମସ୍ତ ଦଳ ଏକାଠି ନଜର ଆସିଛନ୍ତି । ଏଭଳି ପରିସ୍ଥିତିରେ ଏହି ବିଲ୍ ଉଭୟ ଗୃହରେ ସହଜରେ ପାରିତ ହେବ ବୋଲି ଆଶା କରାଯାଉଛି । ଏହି ବିଲ୍ ଆଇନ ହେବା ପରେ ମହିଳାମାନେ ଲୋକ ସଭା ତଥା ରାଜ୍ୟ ସଭାରେ ୩୩ ପ୍ରତିଶତ ଆସନରେ ସଂରକ୍ଷଣ ପାଇବେ । ସୋମବାର ସାରେ କେନ୍ଦ୍ର କ୍ୟାବିନେଟ୍‌ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା କରାଯାଇଥିଲା । ଏହି ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ନିକଟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ୍ ସମ୍ବନ୍ଧରେ ସମସ୍ତ ଦଳ ସହମତ ହୋଇଥିଲେ । କଂଗ୍ରେସ କହିଛି ଯେ, ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରାଯାଉ ବୋଲି ଦଳ ଦୀର୍ଘ ଦିନ ଧରି ଦାବି କରିଆସୁଥିଲା । କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି ଖବରକୁ ଆମେ ସ୍ୱାଗତ କରୁଛୁ । ଉଲ୍ଲେଖ ଥାଉ କି ଗତକାଲି ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟ୍ ମଂଜୁରୀ ଦେଇଥିଲା । ଏହି ବିଲ୍ ଅନୁସାରେ ମହିଳାମାନଙ୍କୁ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ସଂଧ୍ୟାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଲକୁ ମଞ୍ଜୁରୀ ଦିଆଯାଇଥିଲା । ବର୍ତ୍ତମାନର ଲୋକସଭାରେ ୭୮ ଜଣ ମହିଳା ସାଂସଦ ଅଛନ୍ତି, ଯାହା କି ମୋଟ ୫୪୩ ସଦସ୍ୟସଂଖ୍ୟାର ୧୫ ପ୍ରତିଶତରୁ କମ୍ । ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡ଼ିଶା, ସିକିମ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା ଓ ପୁଡୁଚେରୀ ସମେତ ଅନେକ ରାଜ୍ୟରେ ମହିଳାଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ କମ୍ ରହିଛି ।

Leave a Reply