ପ୍ରଜ୍ଞା ପ୍ରବାହ ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ

କୋଣାର୍କ: କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ ପ୍ରଜ୍ଞା ପ୍ରବାହ ସାମାଜିକ ସଂଗଠନ ଆନୁକୁଲ୍ୟରେ ଏସପି ଫାଉଣ୍ଡେସନ ସହଯୋଗରେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମାନଙ୍କୁ ନେଇ ନାଗିରକ ସଂହିତା ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସଂଗଠନ ପ୍ରଜ୍ଞା ପ୍ରବାହ ଜିଲ୍ଲା ସଂଯୋଜକ ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନାଗରିକ ସଂହିତା ଶୀର୍ଷକ କର୍ମଶାଳାରେ ଅତିଥି ଭାବରେ ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ପ୍ରଜ୍ଞା ପ୍ରବାହ ସାମାଜିକ ସଂଗଠନର ପୁରୀ ଜିଲ୍ଲା ସଭାପତି ପ୍ରାକ୍ତନ ପ୍ରାଧ୍ୟାପକ କ୍ଷୀରୋଦ ରାୟ ମହାପାତ୍ର ଓ ପ୍ରଜ୍ଞା ପ୍ରବାହ ଓଡିଶା ପ୍ରଦେଶ ସଭାପତି ଡଃ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ନାଗରିକ ଆଚାର ସଂହିତାର ବିଭିନ୍ନ ଦିଗ, ଉପାଦେୟତା ଓ ଉପଯୋଗୀ ବିଷୟରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ କୋଣାର୍କ ତଥା ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୦୦ ରୁ ଊର୍ଦ୍ଧ୍ୱ ବୁଦ୍ଧିଜୀବୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏସପି ଫାଉଣ୍ଡେସନର ଶ୍ୱେତପୂର୍ଣ ରାୟ ମହାପାତ୍ର, ଅର୍କଶ୍ରୀର ସଂପାଦକ ଉମେଶ ଚନ୍ଦ୍ର ସ୍ୱାଇଁ, ଶିକ୍ଷକ ପ୍ରତାପ ରାଉତ ଓ ପ୍ରଜ୍ଞା ପ୍ରବାହର ଜିଲ୍ଲା ସହ ସଂଯୋଜକ ଶ୍ରୀଧର ମହାରଣା ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *