Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାସାଗରରେ ଚାଲିବ ଭାରତର ରାଜ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାସାଗରରେ ଚାଲିବ ଭାରତର ରାଜ୍

ନୂଆଦିଲ୍ଲୀ: ମହାସାଗରରେ କେବଳ ଭାରତର ଚାଲିବ ରାଜ୍ । ଜଳପଥରେ ଶତ୍ରୁ ଦେଶକୁ ଚେକ୍ ଦେବ ଇଣ୍ଡିଆ । ଭାରତ ମହାସାଗରରେ ଓ ଏହାର ଆଖପାଖ ଅଞ୍ଚଳରେ ଆଉ ଚାଲିବନି ଚୀନର ଚାଲାକି । ଡ୍ରାଗନ ଓ ପାକିସ୍ତାନକୁ ଚେକ୍ ଦେବାକୁ ଭାରତ ନିଜର ନୌସେନା ଶକ୍ତି ବଢ଼ାଇବାକୁ ଯାଉଛି । ୬୮ଟି ନୂଆ ଯୁଦ୍ଧ ଜାହାଜ ଆଣିବାକୁ ଯାଉଛି ଭାରତୀୟ ନୌସେନା । ଏଥିପାଇଁ ମୋଟ୍ ୨ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଆଗାମୀ ୨୦୩୫ ମସିହା ସୁଧା ନୌସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଯୋଜନା କରିଛି ଭାରତ । ଏନେଇ ୧୪୩ଟି ବିମାନ ଓ ୧୩୦ଟି ହେଲିକପ୍ଟର ସହ ୧୩୨ଟି ଯୁଦ୍ଧ ଜାହାଜ କିଣିବାକୁ ଅର୍ଡର ଦେଇଛି ନୌସେନା । ଏହାଛଡ଼ା ଆଗାମୀ ପିଢିର ୮ଟି ଛୋଟ ଯୁଦ୍ଧପୋତ, ୯ଟି ବୁଡ଼ାଜାହାଜ, ୫ଟି ସର୍ଭେ ଜାହାଜ ଓ ୨ଟି ବହୁଦେଶୀୟ ଜାହାଜ ନିର୍ମାଣ ଲାଗି ମଞ୍ଜୁରୀ ମିଳିଛି । ଏହ ସବୁ ଯୁଦ୍ଧପୋତକୁ ଭାରତୀୟ ସିପ୍‌ୟାଡରେ ନିର୍ମାଣ କରାଯିବ । ଆସନ୍ତା ୨୦୩୦ ୧୫୫ରୁ ୧୬୦ ଯୁଦ୍ଧ ଜାହାଜ ନୌସେନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ନୌସେନା ସୂତ୍ରରୁ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୩୫ ସୁଦ୍ଧା ନୌସେନା ଅତିକମରେ ୧୭୫ଟି ଯୁଦ୍ଧ ଜାହାଜ ସାମିଲ୍ କରିବ । ଏହାଦ୍ୱାରା କେବଳ ରଣନୈତିକ ଶକ୍ତି ବଢ଼ିବନି ବରଂ ଭାରତ ମହାସାଗରରେ ଭାରତ ସ୍ଥିତିକୁ ଆହୁରି ମଜଭୁତ୍ କରିବ । ଯୁଦ୍ଧ ଜାହାଜ ସହ ନୌସେନା ଯୁଦ୍ଧ ବିମାନ, ଏୟାରକ୍ରାଫ୍ଟ, ହେଲିକପ୍ଟର୍ସ ଓ ଡ୍ରୋନ୍ ସଂଖ୍ୟା ବୃଦ୍ଧି କରାଯିବ । ଭାରତ ମହାସାଗର ନିକଟରେ ଚୀନ ନିଜର ସ୍ଥିତି ବଢ଼ାଇବାରେ ଲାଗିଛି । ଏହା ସହିତ ପ୍ରଶାନ୍ତ ମହାସାଗରରେ ବାଣିଜ୍ୟ ପାଇଁ ପରିବହନକୁ ମଜଭୁତ୍ କରିବାକୁ ଚାହୁଁଛି । ଆଫ୍ରିକାର ଜିବୁତି, ପାକିସ୍ତାନର କରାଚୀ ଓ ଗ୍ୱାଦରରେ ଚୀନ୍ ନୌସେନା ବେସ୍ ତିଆରି କରିଛି । କୁହାଯାଉଛି ଶୀଘ୍ର କମ୍ବୋଡ଼ିଆର ରିମରେ ଚୀନ ବେଶ୍ ପ୍ରତିଷ୍ଠା କରିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ପ୍ରତିଟି ସମୁଦ୍ରରେ ଚୀନ ତାର ଉପସ୍ଥିତି ଜାହିର୍ କରିବ । ତେଣୁ ଭାରତ ଏହାକୁ ଚେକ୍ ଦେବାକୁ ସମୁଦ୍ରପଥରେ ନିଜର ଶକ୍ତି ବଢ଼ାଇବାକୁ ଯୋଜନା କରିଛ

Leave a Reply