Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଦିତ୍ୟ-ଏଲ୍‌୧’ର ଚତୁର୍ଥ କକ୍ଷପଥ ପ୍ରବେଶ ସଫଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଦିତ୍ୟ-ଏଲ୍‌୧’ର ଚତୁର୍ଥ କକ୍ଷପଥ ପ୍ରବେଶ ସଫଳ

ବେଙ୍ଗାଲୁରୁ: ଗୁରୁବାର ରାତି ୨.୧୫ରେ ‘ଆଦିତ୍ୟ-ଏଲ୍‌୧’ର ଚତୁର୍ଥ କକ୍ଷପଥ ପ୍ରବେଶ ସଫଳ ହୋଇଥିବା କଥା ‘ଇସ୍ରୋ’ ସୂଚନା ଦେଇଛି । ‘ଆଦିତ୍ୟଏଲ୍‌୧’ ହେଉଛି ସୂର୍ଯ୍ୟ ଉପରେ ଅଧ୍ୟୟନ କରିବା ପାଇଁ ଭାରତର ପ୍ରଥମ ମହାକାଶଭିତ୍ତିକ ଅଭିଯାନ, ଯାହାକୁ ସେପ୍େଟମ୍ବର ୨ ତାରିଖରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା । ଏ ବିଷୟରେ ‘ଏକ୍ସ’ କରି ‘ଇସ୍ରୋ’ ଲେଖିଛି: ଚତୁର୍ଥ ‘ଆର୍ଥ-ବାଉଣ୍ଡ୍ ମାନେଭର’ (ଇବିଏନ୍‌୪) ସଫଳତାର ସହିତ ସମ୍ପନ୍ନ ହୋଇଛି । ଏହି ମହାକାଶଯାନ ବା ଉପଗ୍ରହର କକ୍ଷପଥ ପରିବର୍ତ୍ତନ ଅଭିଯାନକୁ ମରିସସ୍‌, ବେଙ୍ଗାଲୁରୁ, ‘ଏସ୍‌ଡିଏସ୍‌ସିଏସ୍‌ଏଚ୍‌ଏଆର’ ଓ ପୋର୍ଟବ୍ଲେୟାରରେ ଅବସ୍ଥିତ ‘ଇସ୍ରୋ’ର ‘ଗ୍ରାଉଣ୍ଡ୍ ଷ୍ଟେସନ୍‌’ମାନଙ୍କରୁ ଲକ୍ଷ୍ୟ ରଖାଯାଇଥିଲା । ‘ଆଦିତ୍ୟ-ଏଲ୍‌୧’ ପ୍ରବେଶ କରିଥିବା ଏହି ନୂତନ କକ୍ଷପଥ ପରିସୀମା ହେଉଛି ୨୫୬ କିଲୋମିଟର ଙ୍ଘ ୧୨୧୯୭୩ କିଲୋମିଟର । ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ ‘ଟ୍ରାନ୍‌ସ୍‌-ଲାଗ୍ରାନ୍‌ଜିଆନ୍ ପଏଣ୍ଟ୍ ୧ ଇନ୍‌ସରସନ୍‌’ (ଟିଏଲ୍‌୧ଆଇ) ସେପ୍େଟମ୍ବର ୧୯ ତାରିଖ ରାତି ୨ଟା ବେଳେ କରାଯିବ । ଏଯାବତ୍ ପୃଥିବୀ ପରିକ୍ରମଣ କରୁଥିବା ଏହି ମହାକାଶଯାନ ଏହାପରେ ତା’ର ଗନ୍ତବ୍ୟସ୍ଥଳ ‘ଏଲ୍‌୧ ପଏଣ୍ଟ୍‌’ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ସ୍ମରଣଯୋଗ୍ୟ, ପୃଥିବୀଠାରୁ ପ୍ରାୟ ୧.୫ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ ‘ଏଲ୍‌୧ ପଏଣ୍ଟ୍‌’ରେ ସୂର୍ଯ୍ୟର ଆଭା ବା ‘କିରଣ ବଳୟ’ ଚତୁଃପାର୍ଶ୍ୱରେ ପରିକ୍ରମଣ କରି ସୂର୍ଯ୍ୟକୁ ଅଧ୍ୟୟନ କରିବାରେ ‘ଆଦିତ୍ୟ-ଏଲ୍‌୧’ ହେଉଛି ଭାରତର ପ୍ରଥମ ମହାକାଶଭିତ୍ତିକ ଜ୍ୟୋର୍ତିବିଜ୍ଞାନୀୟ ଦୂରବୀକ୍ଷଣ ପ୍ରକୋଷ୍ଠ । ଏହି ସ୍ଥାନରେ ସୂର୍ଯ୍ୟ ଓ ପୃଥିବୀର ମାଧ୍ୟାକର୍ଷଣ ବଳ ନିଷ୍କ୍ରିୟ ଥାଏ । ଏହାପୂର୍ବରୁ, ସେପ୍େଟମ୍ବର ୩, ୫ ଓ ୧୦ ତାରିଖରେ ‘ଆଦିତ୍ୟଏଲ୍‌୧’ ଯଥାକ୍ରମେ ୧ମ, ୨ୟ ଓ ୩ୟ କକ୍ଷପଥ ପରିବର୍ତ୍ତନ କରାଯାଇଥିଲା ।

Leave a Reply