Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ଗାଡ଼ି ଜବତ, ଡ୍ରାଇଭର ଅଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ଗାଡ଼ି ଜବତ, ଡ୍ରାଇଭର ଅଟକ

ଟାଙ୍ଗୀ-ଚୌଦ୍ୱାର : ଚୌଦ୍ୱାର ଥାନା ଅନ୍ତର୍ଗତ ଦେବୀନଗର ସ୍ଥିତ ଏକ ପେଟ୍ରୋଲ ପମ୍ପ୍ ନିକଟରୁ ଏକ ଡାଲାଅଟୋ ସହ ଏଥିରେ ବନ୍ଧାଯାଇ ବେଆଇନ୍ ଭାବେ ଚାଲାଣ ହେଉଥିବା ୪ ଗୋରୁକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ସୂଚନାଥାଉକି, ଗୋଚାଲାଣ ହେଉଥିବା ନେଇ କୌଣସି ବିଶେଷସୂତ୍ରରୁ ଖବର ପାଇବା ସହ ବଜରଙ୍ଗ ଦଳ ପକ୍ଷରୁ ଗାଡ଼ିର ପିଛା କରାଯାଇ ଦେବୀନଗରଠାରେ ଅଟକାଇଥିଲେ । ଗାଡ଼ିରେ ୪ ଗୋରୁଙ୍କୁ ବନ୍ଧାଯାଇ ଚାଲାଣ ହେଉଥିବା ବେଳେ ଏହାର କୌଣସି ଆବଶ୍ୟକୀୟ କାଗଜପତ୍ର ମଧ୍ୟ ନଥିଲା । ବଜରଙ୍ଗ ଦଳର ସଦସ୍ୟମାନଙ୍କ ସନ୍ଦେହ ହେବାରୁ ସେମାନେ ଗାଡ଼ିର ଡ୍ରାଇଭର ମାନସ ସାହୁକୁ ପଚାରିବାରୁ ସେ ଖୁଣ୍ଟୁଣୀ ଥାନାର ଲକ୍ଷ୍ମୀପୁରରୁ ଏହି ଗୋରୁଙ୍କୁ ନେଇ ଚୌଦ୍ୱାର ମୁଣ୍ଡମାଳ ଯାଉଥିବା ପ୍ରକାଶ କରିଥିଲା । ଏ ସମ୍ପର୍କରେ ବଜରଙ୍ଗ ଦଳ ସଦସ୍ୟମାନେ ଚୌଦ୍ୱାର ଥାନାକୁ ଖବର ଦେବା ପରେ ପୁଲିସ୍ ଉକ୍ତ ଗାଡ଼ି ସହ ଡ୍ରାଇଭରଖବର ଦେବା ପରେ ପୁଲିସ୍ ଉକ୍ତ ଗାଡ଼ି ସହ ଡ୍ରାଇଭରକୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାପଡ଼ିଛି ।

Leave a Reply