Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୀନା ବଜାରରୁ ୩ କୁଇଣ୍ଟାଲ ଗୋ ମାଂସ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୀନା ବଜାରରୁ ୩ କୁଇଣ୍ଟାଲ ଗୋ ମାଂସ ଜବତ

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ମୀନା ବଜାରରୁ ୩ କୁଇଣ୍ଟାଲ ଗୋ ମାଂସ ଜବତ ହୋଇଛି । ଗୋମାତାଙ୍କୁ କାଟି ବିକ୍ରି ହେଉଥିବା ଖବର ପାଇ ସ୍ଥାନୀୟ ବଜରଙ୍ଗ ଦଳ କର୍ମୀ ଚଢ଼ାଉ କରିଥିଲେ । ମାଂସ ଜବତ କରିବା ପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ବାଲିପାଟଣା ପୋଲିସ ଗୋ ମାଂସ ଜବତ କରିବା ସହ କଂସେଇକୁ ଥାନାକୁ ଆଣି ଅଟକ ରଖିଛି । ଏନେଇ ବଜରଙ୍ଗ ଦଳ ତରଫରୁ ଲିଖିତ ଅଭିଯୋଗ କରାଯାଇଛି ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଜୟଦେବ ପଞ୍ଚାୟତ ସାହେବ ନଗର ସ୍ଥିତ ମୀନା ବଜାରରେ ଆଜି ସକାଳୁ ୨ଟି ଷଣ୍ଢଙ୍କୁ ମାରି ମାଂସ କାଟୁଥିବା ସମ୍ପର୍କରେ କୌଣସି ସୂତରୁ ଖବର ପାଇ ବଜରଙ୍ଗ ଦଳ କର୍ମୀମାନେ ସେଠାରେ ପହଞ୍ଚିଥିଲେ । ସତ୍ୟାସତ୍ୟ ଜାଣିବା ପରେ ପୋଲିସକୁ ଡାକି ମାଂସ ଜବତ କରିଥିଲେ । ପ୍ରାୟ ୩ କୁଇଣ୍ଟାଲ ଗୋ ମାଂସ ଜବତ ହୋଇଥିବା ସୂଚନା ମିଳିଛି । ତେବେ ବାରମ୍ବାର ଏହି ଅଞ୍ଚଳରେ ଗୋ ମାଂସ କାଟି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଜାରି ରହିଥିବା ଏସଆଇ ରାକେଶ ସାମଲ ସୂଚନା ଦେଇଛନ୍ତି ।

Leave a Reply