ବନବାସୀ କଲ୍ୟାଣ ଆଶ୍ରମର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର : ବ୍ରହ୍ମପୁର ସହର ଗଜପତି ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବନବାସୀ କଲ୍ୟାଣ ଆଶ୍ରମର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜନଜାତି ଧର୍ମ ସଂସ୍କୃତିର ସୁରକ୍ଷା ଦିଗରେ ତଥା ଜନଜାତି ବୀର ସହିଦ ମାନଙ୍କ ରାଷ୍ଟ୍ର ପାଇଁ ଅବଦାନ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ମଧ୍ୟ ପ୍ରବେଶ ଜବଲପୁରରୁ ରାଜେନ୍ଦ୍ର ମାଦଳା, କଲିକତାରୁ ଡ ଅଶୋକ ଜେନା, ଭୁବନେଶ୍ୱରରୁ ବିଜୟ ମହାନ୍ତି, ଚିକିଟି ମହିମା ଆଶ୍ରମର ସୁଦର୍ଶନ ବାବା, ସରୋଜ ଶତପଥୀ, ସ୍ଥାନୀୟ ବନବାସୀ କଲ୍ୟାଣ ଆଶ୍ରମର ମୁଖ୍ୟ ପୀତବାସ ପଣ୍ଡା ପ୍ରଶିକ୍ଷକ ଭାବେ ଅଂଶଗ୍ରହଣ କରି ଜନଜାତି ବର୍ଗର ଉନ୍ନତି ପାଇଁ ପ୍ରଶିକ୍ଷଣ ଦେଇଥିଲେ । ଅନୁଷ୍ଠିତ ଏହି ଶିବିରକୁ କୁମୁଦ ଚନ୍ଦ୍ର ସାମଲ, ସମୀର ସାବତ, ସଂଯୁକ୍ତା ଶତପଥୀ, ଜ୍ୟୋସ୍ନା ସାହୁ, ଖୁଜି ସାହୁ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ଗଞ୍ଜାମ ଗଜପତି ଜିଲ୍ଲା ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପର ପକ୍ଷରେ ଦବାଗଡ଼ରୁ ଆସିଥିବା ଶିବିରାର୍ଥୀ ସଂଯୁକ୍ତାଶବର ଓ ସୁକୁମାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *