Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଢ଼ୁଛି ଗୋବରରୁ ପ୍ରସ୍ତୁତ ପ୍ରସାଧନ ସାମଗ୍ରୀର ଚାହିଦା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଢ଼ୁଛି ଗୋବରରୁ ପ୍ରସ୍ତୁତ ପ୍ରସାଧନ ସାମଗ୍ରୀର ଚାହିଦା

ଭୁବନେଶ୍ୱର : କୈଳାସ ପର୍ବତରେ ଭଗବାନ ଶିବ ବାସ କରୁଥିବା ସମୟରେ ସେମାନଙ୍କ ସହ ନନ୍ଦୀ ବଂଶ ମଧ୍ୟ ବାସ କରୁଥିଲେ । ସେହି ସମୟରେ ମା’ ସୀତା ଗୋମାତାଙ୍କ ଗୋବରକୁ ପ୍ରସାଧନ ସାମଗ୍ରୀ ଭାବେ ବ୍ୟବହାର କରୁଥିବା କଥା ଶିବ ପୁରାଣରୁ ଶୁଣିବାକୁ ମିଳିଥାଏ । ହେଲେ ବର୍ତ୍ତମାନ ତାହା ବାସ୍ତବରେ ଦେଖିବାକୁ ମିଳିଛି । ଦେଶୀ ଗୋମାତାଙ୍କ ଗୋବରରୁ ପ୍ରସ୍ତୁତ ବିଭିନ୍ନ ପ୍ରସାଧନ ସାମଗ୍ରୀ ସାଙ୍ଗକୁ ଘର ସଜାଇବା ସାମଗ୍ରୀ ଏବଂ ଦୀପ, ଧୂପ ଆଦିର ଚାହିଦା ବଢ଼ିବାରେ ଲାଗିଛି । ଏହିସବୁ ସାମଗ୍ରୀ କେମିକାଲ ଫ୍ରି ହୋଇଥିବାରୁ ଏହା ଶରୀର ଏବଂ ତ୍ୱଚା ପ୍ରତି କ୍ଷତି କରୁ ନ ଥିବା ଡୁମୁଡୁମା ସ୍ଥିତ ହାଉସିଂବୋର୍ଡରେ ଥିବା ଓମ୍ ଗୌ ଗୋପାଳ ବିକାଶ ସମିତିର ମୁଖ୍ୟ ସୁମନ୍ତ କୁମାର ପ୍ରଧାନ କହିଛନ୍ତି । ଦିନକୁ ଦିନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହେବା ସହ ଲୋକମାନଙ୍କ ବ୍ୟାବହାରିକ ଶୈଳୀରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଦେଇଛି । ବଜାରରେ ଉପଲବ୍ଧ ବିଭିନ୍ନ ପ୍ରସାଧନ ସାମଗ୍ରୀର ବ୍ୟବହାର ପାଇଁ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରାଯାଉଛି । ହେଲେ ଏବେବି ଲୋକମାନେ ପ୍ରାକୃତିକ ଉପଚାରକୁ ବିଶ୍ୱାସ କରୁଛନ୍ତି । ଯାହାର ଉଦାହରଣ ହେଉଛି ଗୋବରରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ କିଣିବାକୁ ଲୋକଙ୍କ ଭିଡ଼ । ଏଠାରେ ରହିଥିବା ଗୋଶାଳାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଦେଶୀ ଗୋମାତାଙ୍କ ଗୋବରକୁ ସଂଗ୍ରହ କରାଯାଇ ତାହାକୁ ଶୁଖାଯାଇଥାଏ । ପରେ ସେଥିରୁ ପାଉଡର ପ୍ରସ୍ତୁତ କରି ସେଥିରେ ତେନ୍ତୁଳି ମଞ୍ଜିରୁ ପ୍ରସ୍ତୁତ ଅଠା ମିଶାଇ ଚକଟାଯାଏ । ବିଭିନ୍ନ ଆକୃତିର ଜିନିଷ ପ୍ରସ୍ତୁତ କରାଯାଇ ଖରାରେ ଶୁଖଯାଏ । ଏହିପରି ମୁହଁରେ ଲଗାଇବାକୁ ସାବୁନ, ଚନ୍ଦାପଣ ଦୂର କରିବାକୁ ଗୋବର ସହ ନିର୍ମୁଳି ରସ ମିଶାଇ ପଞ୍ଚଗବ୍ୟ ସାବୁନ ପ୍ରସ୍ତୁତ କରାଯାଉଛି । ସେହିପରି ଗୋବରରେ ଲେଖାହୋଇଥିବା ଓମ୍ ନମଃ ଶିବାୟ, ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ହେ ରାମ ସମେତ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ମଧ୍ୟ ପ୍ରସ୍ତୁତ ହେଉଛି । ଗୋବରରେ ଲକ୍ଷ୍ମୀ ରହୁଥିବା ସହ ବିଭିନ୍ନ ନକାରାତ୍ମକ ଶକ୍ତିକୁ ଦୂରରେ ରଖୁଥିବା ବିଶ୍ୱାସ ରହିଛି । ତେଣୁ ଏହି ସାମଗ୍ରୀଗୁଡ଼ିକ ଘରେ ରଖିଲେ ଲକ୍ଷ୍ମୀଙ୍କ ପ୍ରାପ୍ତି ହେବା ସହ ଘର ଭିତରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ତେଣୁ ପୂର୍ବଜମାନେ ଗୋବର ଓ ମାଟିରେ ଘର ଲେପୁଥିଲେ । ସେହିପରି ଗୋବରରୁ ପ୍ରସ୍ତୁତ ମୋବଇଲ ଷ୍ଟାଣ୍ଡ୍ ନିର୍ମିତ ହୋଇଛି । ଦେଶୀ ଗୋବରରେ ରେଡିଏସନ୍ କଣ୍ଟ୍ରୋଲ କାପାସିଟି ରହିଥିବାରୁ ଏଥିରୁ ମୋବାଇଲ୍ ଷ୍ଟାଣ୍ଡ ତିଆରି ହୋଇଛି । ଏହି ଷ୍ଟାଣ୍ଡ୍‌ରେ କିଛି ସମୟ ପାଇଁ ମୋବାଇଲ୍ ରଖିଲେ ନେଟ୍‌ୱର୍କ ଆସୁ ନ ଥିବା ପରୀକ୍ଷା କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ଯେଉଁ ସମୟରେ ମୋବାଇଲ୍ ବ୍ୟବହାର କରାଯାଉ ନ ଥିବ ସେ ସମୟରେ ଏହି ଷ୍ଟାଣ୍ଡରେ ରଖାଯାଇପାରିବ । ଏହାସହିତ ବିଭିନ୍ନ ୱାଲ୍ ହ୍ୟାଙ୍ଗିଗ୍‌, ମୂର୍ତ୍ତି ସାଙ୍ଗକୁ ବିଭିନ୍ନ ଶୁଭେଚ୍ଛା ପତ୍ର ଆଦି ପ୍ରସ୍ତୁତ କରାଯାଉଛି । ଯାହାକୁ ବାହାଘର, ଜନ୍ମଦିନ ଆଦିରେ ଉପହାର ଭାବେ ପ୍ରଦାନ କରାଯାଉଛି । ତେବେ ଏହି ସାମଗ୍ରୀ ପ୍ରସ୍ତୁତ କରିବାକୁ ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାରେ ପ୍ରଶିକ୍ଷଣ ନେଉଛନ୍ତି । ନିଜ ଅଞ୍ଚଳରେ ଗୋବରରୁ ଏହିସବୁ ସାମଗ୍ରୀ ପ୍ରସ୍ତୁତ କରିବାକୁ ଲୋକଙ୍କୁ ସଚେତନ କରାଉଛନ୍ତି । ଘରେ ଘରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ସହ ଗୋମାତାଙ୍କ ପ୍ରତି ସମ୍ମାନ ଓ ଭକ୍ତି ରହିବା ସହ ଗୋବରର ବ୍ୟବହାର ସମ୍ପର୍କରେ ସଚେତନ କରାଇବା ପ୍ରମୁଖ ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତ

Leave a Reply