ଭବାନୀପାଟଣା ସଂକୁଳସ୍ତରୀୟ ଶିକ୍ଷା ପରିଷଦ ବୈଠକ

ଭବାନୀପାଟଣା: ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତିର ଯୋଜନା ଅନୁସାରେ ସେଁପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଭବାନୀପାଟଣା ସଂକୁଳସ୍ତରୀୟ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜ ବିହାରର ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ କୁଞ୍ଜବିହାରୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୋର୍ଡା ଜିଲ୍ଲାପରିଷଦ ପ୍ରାର୍ଥୀ ହୃଦାନନ୍ଦ ସାହୁ ଓ ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତିର ସଭାପତି ମକରଧ୍ୱଜ ସାହୁ ଯୋଗ ଦେଇଥିଲେ । ଏଥିରେ ଗୁରୁଜୀ ଜନାର୍ଦ୍ଦନ ବାଗ ମଞ୍ଚପରିଚାଳନା କରିଥିବାବେଳେ ସ.ଶି.ବି.ମ ସେଁପୁରର ପ୍ରଧାନଆଚାର୍ଯ୍ୟ ଟିକେଦେବ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ପରିଚାଳନା ସମିତିର ସମ୍ପାଦକ ନରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ଶଶୀଭୂଷଣ ପ୍ରସାଦ ସାହୁ, ସ.ଶି.ବି.ମ ବୃନ୍ଦାବତୀ ବିହାର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା, ଥୁଆମୂଳ ରାମପୁର ପ୍ରଧାନ ଆଚାର୍ଯ୍ୟ ଗଣେଶ ଚନ୍ଦ୍ର ନାଏକ, କର୍ଲାପଡା ପ୍ରଧାନ ଆଚାର୍ଯ୍ୟ ବିଜୁ କୁମାର ସାହୁ, ବୋର୍ଡା ପ୍ରଧାନ ଆଚାର୍ଯ୍ୟ ମାନସ କୁମାର ପଧାନ ଓ ପଶ୍ଟିକୁଡ଼ି ପ୍ରଧାନ ଆଚାର୍ଯ୍ୟ ମକରଧ୍ୱଜ ରଣା ଉପସ୍ଥିତ ଥିଲେ । ଏହି ବୈଠକରେ ଭବାନୀପାଟଣା ସଂକୁଳ ଅନ୍ତର୍ଗତ ୮ଟି ବିଦ୍ୟାଳୟର ମୋଟ ୫୦ଜଣ ବିଷୟ ପ୍ରମୁଖ ଗୁରୁଜୀ ଏବଂ ଗୁରୁମା ଉପସ୍ଥିତ ଥିଲେ । ଏଥିରେ ଶିକ୍ଷାର୍ଥୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ସମସ୍ତ ବିଷୟରେ ବିଷୟ ପ୍ରମୁଖ ଗୁରୁଜୀ ଗୁରୁମାମାନଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସ.ଶି.ବି.ମ ଆଚାର୍ଯ୍ୟ, ଆଚାର୍ଯ୍ୟା ତଥା ସେବକ, ସେବିକା ସହଯୋଗ କରିଥିଲେ । ଶେଷରେ ରାଷ୍ଟ୍ର ବନ୍ଦନା କରି ସଭା ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *