Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ

କୁଜଙ୍ଗ: ପୂର୍ବତନ ରାଷ୍ଟ୍ରପତି, ମହାନ ଜନନାୟକଙ୍କ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ତଥା ଗୁରୁ ଦିବସ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପାଳିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍‌ଯକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟାଳୟ ଉପସଭାପତି ଅଭୟ କୁମାର ମହାରଣାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତ ଗବେଷକ ଡଃ. ଧୃତି ଧର ଦାସ ଯୋଗ ଦେଇ ଗୁରୁ ଶିଷ୍ୟର ମହାନ୍ ପରମ୍ପରା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍‌ଯ ପ୍ରସନ୍ନ କୁମାର ଖୁଣ୍ଟିଆ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ, ଏବଂ ସମ୍ପାଦକ କରୁଣାକର ସାହୁ ଛାତ୍ର ଓ ଛାତ୍ରୀ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ । ସମ୍ପାଦକ ଶରତ ଚନ୍ଦ୍ର ସାମନ୍ତରାୟ ଧନ୍‌ଯବାଦ୍ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନା ତିଳୋତ୍ତମା ଗୁରୁମା କରିଥିଲେ ।ଏହି ଗୁରୁ ଦିବସ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗୁରୁଜୀ ଓ ଗୁରୁମା ପରିଚାଳନା କରିଥିଲେ ।

Leave a Reply