Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇସ୍ରୋର ପରବର୍ତ୍ତୀ ମିଶନ ‘ଏକ୍ସରେ ପୋଲାରିମିଟର ସାଟେଲାଇଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇସ୍ରୋର ପରବର୍ତ୍ତୀ ମିଶନ ‘ଏକ୍ସରେ ପୋଲାରିମିଟର ସାଟେଲାଇଟ

ବେଙ୍ଗାଲୁରୁ : ଚନ୍ଦ୍ରାୟାନ ୩ ଓ ଆଦିତ୍ୟ-ଏଲ୍‌୧ ପରେ ଇସ୍ରୋ ପରବର୍ତ୍ତୀ ମିଶନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ଶନିବାର ଇସ୍ରୋ ଦ୍ୱାରା ଆଦିତ୍ୟ-ଏଲ୍‌୧କୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା । ତେବେ ଆସନ୍ତା ବର୍ଷ ଗଗନାୟନ ମିଶନ ବିଷୟରେ ତ ଆମେ ସମସ୍ତେ ଜାଣୁ, କିନ୍ତୁ ଏହାପୂର୍ବରୁ ଇସ୍ରୋ ଖୁବ ଶୀଘ୍ର ଏକ୍ସପୋସାଟ (ଏକ୍ସ-ରେ ପୋଲାରିମିଟର ସାଟେଲାଇଟ) ଲଞ୍ଚ କରିବାକୁ ଯାଉଛି । ଏକ୍ସରେ ପୋଲାର ମିଟର ସାଟେଲାଇଟ ମାଧ୍ୟମରେ ଜ୍ୟୋର୍ତିବିଜ୍ଞାନରେ ବିଷୟରେ ଅଧ୍ୟୟନ କରାଯିବ । ଏନେଇ ଜକ୍ଷଣେ ଇସ୍ରୋ ଅଧିକାରୀ କହିଛନ୍ତି, ଏକ୍ସପୋସାଟ ଲଞ୍ଚ ପାଇଁ ପ୍ରସ୍ତୁତ । ଏହି ମିଶନ ଦ୍ୱାରା ବିଭିନ୍ନ ଜ୍ୟୋର୍ତିବିଜ୍ଞାନ ଉତ୍ସ ଯଥା ବ୍ଲାକ ହୋଲ, ନିଉଟ୍ରନ ତାରା, ସକ୍ରିୟ ଗାଲାକ୍ଟିକ ନ୍ୟୁକ୍ଲିୟସ, ପଲସର ୱିଣ୍ଡ ନେବୁଲା ବିଷୟରେ ଅଧିକ ଅଧିକ ଗବେଷଣା କରାଯିବ ।

Leave a Reply