Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଲେ ଯୁବ ବୈଜ୍ଞାନିକ କ୍ରିଷ୍ଣା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଲେ ଯୁବ ବୈଜ୍ଞାନିକ କ୍ରିଷ୍ଣା

ପାରଳାଖେମୁଣ୍ଡ: ସମଗ୍ର ବିଶ୍ୱ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ ପରେ ଦେଶର ଜୟ ଜୟକାର କରୁଛି । ସବୁଆଡେ ଭାରତର ଏହି ଐତିହାସିକ ତଥା ସ୍ୱଳ୍ପ ବିନିଯୋଗରେ ଉନ୍ନତଜ୍ଞାନ କୌଶଳର ବ୍ୟବହାରକୁ ସାରା ବିଶ୍ୱବାସୀ ଅଭିନନ୍ଦନ ଜଣାଉଛନ୍ତି । ଏହି ସଫଳତାରେ ଇସ୍ରୋର ବୈଜ୍ଞାନିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସର୍ବତ୍ତମ ଜ୍ଞାନ କୌଶଳକୁ ସମଗ୍ର ମାନବ ଜାତି ନମନ କରୁଛି । ଏହି ବୈଜ୍ଞାନିକ ଦଳରେ ଓଡିଶାର ତଥା ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମାଟିର ସନ୍ତାନ ଇ. କ୍ରିଷ୍ଣା ଇସ୍ରୋର ସଫଳତାରେ ଭାଗିଦାର ଅଛନ୍ତି । ଏହି ଯୁବ ବୈଜ୍ଞାନିକ ଜଣକ ପାରଳାଖେମୁଣ୍ଡି ସହରର ନୂଆକାମ୍ପ ସାହିବାସୀନ୍ଦା ଅବସର ପ୍ରାପ୍ତ ପଶୁ ଚିକିତ୍ସକ ଡାକ୍ତର ଇ.ରାମଲିଙ୍ଗମଙ୍କ ସୁପୁତ୍ର ଇ. କ୍ରିଷ୍ଣା । ଯୁବ ବୈଜ୍ଞାନିକ ଇ.କ୍ରିଷ୍ଣା କେରଳ ରାଜ୍ୟର ତ୍ରିଭେନ୍ଦ୍ରମ୍ ସ୍ଥିତ ଇସ୍ରୋରେ ଏସଏଫ୍ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଚନ୍ଦ୍ରଯାନ-୨ ଏବଂ ୩ ପାଇଁ କାମ କରିଥିବାର ପ୍ରକାଶ କରିଛନ୍ତି । ସେ ଏହି ଦୁଇ ପ୍ରକଳ୍ପରେ ନେଭିଗେଶନ ସେନ୍ସର ଉପରେ କାମ କରିଛନ୍ତି । ସେଟେଲାଇଟ କିଭଳି ନିଜ କକ୍ଷପଥ ରେ ଗତି କରିବ ଏବଂ ଚନ୍ଦ୍ରପୃଷ୍ଠରେ କିଭଳି ସଫଳ ଅବତରଣ କରିବ ସେହି ଦାୟିତ୍ୱ କ୍ରିଷ୍ଣାଙ୍କ ଟିମ ଉପରେ ରହିଥିଲା । ସେ ପାରଳାଖେମୁଣ୍ଡିର ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ପାଠ ପଢି ପରେ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ସମାପନ କରି ପରେ ଆଇଆଇଟି ଖଡଗପୁର ଏମ.ଟେକ୍‌. କରିଥିଲେ । ୨୦୦୮ମସିହାରେ ଇସ୍ରୋ ବୈଜ୍ଞାନିକ ଭାବରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସମଗ୍ର ବିଶ୍ୱବାସୀ ଗୋଟିଏ ପଟେ ଭାରତର ଚନ୍ଦ୍ରଯାନର ସଫଳତାକୁ ଭୂୟସୀ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ଗଜପତି ମାଟିର ଏହି ସଫଳ ସନ୍ତାନକୁ ନେଇ ଜିଲ୍ଲାବାସୀ ଗର୍ବ ଅନୁଭବ କରିଛନ୍ତି । ବୈଜ୍ଞାନିକ କ୍ରିଷ୍ଣା ଗତକାଲି ନିଜ ଘରେ ପହଞ୍ଚିବା ପରେ ତାଙ୍କ ସାଙ୍ଗସାଥି ଓ ସହର ବାସିନ୍ଦା ତାଙ୍କୁ ଭେଟିବା ପାଇଁ ଲୋକଙ୍କ ସୁଅ ଛୁଟିଛି । ଇସ୍ରୋର ଏତେବଡ଼ ସଫଳତାରେ ପାରଳାଖେମୁଣ୍ଡି ମାଟିର ଜଣେ ଏହି ସଫଳତାର ଭାଗିଦାର ହୋଇ ପାରିଛନ୍ତି ତାହା ସବୁଠାରୁ ବଡ଼କଥା । ଲୋକେ ତାଙ୍କୁ ଭେଟିବା ସମୟରେ ବଖାଣିଛନ୍ତି ଚନ୍ଦ୍ରୟାନ ୩ ସଫଳ ଅବତରଣର ପଛରେ ଅକ୍ଲାନ୍ତ ପରିଶ୍ରମର କାହାଣୀ । ଆଗକୁ ଇସ୍ରୋର ସୂର୍ଯ୍ୟାୟନ ପ୍ରକଳ୍ପରେ ପରୋକ୍ଷ ଭାବେ ତାଙ୍କର ଦାୟିତ୍ୱ ରହିବ ବୋଲି ସେ କହିଛନ୍ତି ।

Leave a Reply