Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭୁବନେଶ୍ୱରରେ ଆରଏସଏସ୍  360° ଓଡ଼ିଆ ଅନୁବାଦିତ ପୁସ୍ତକ ଉନ୍ମୋଚନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭୁବନେଶ୍ୱରରେ ଆରଏସଏସ୍  360° ଓଡ଼ିଆ ଅନୁବାଦିତ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର:ଡ.ରତନ ଶାରଦାଙ୍କ ରଚିତ ଇଂରାଜୀ ପୁସ୍ତକ ତଥା ନବଜ୍ୟୋତି ରାୟଙ୍କ ଓଡିଆ ଅନୁବାଦିତ ପୁସ୍ତକ ‘ଆର୍‌ଏସ୍‌ଏସ୍ ୩୬୦ ଡିଗ୍ରୀ’ ସେପ୍ଟେମ୍ବର ୩ ତାରିଖ ସଂଧ୍ୟାରେ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଉନ୍ମୋଚିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଡ.ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇ କହିଲେ ଯେ, ସଂଘକୁ ବିଭିନ୍ନ ଉପାୟରେ ଲୋକମାନେ ଦେଖୁଛନ୍ତି । ଯିଏ ଯେଉଁଭଳି ଭାବରେ ଦେଖୁଛି ସେହି ଭଳି ଭାବରେ ବୁଝୁଛି । ସଂଘର ଗୋଟିଏ ପୂର୍ଣ୍ଣାଙ୍ଗ ଦୃଷ୍ଟିଭଙ୍ଗୀକୁ ଆଖି ଆଗରେ ରଖି ଆର୍‌ଏସ୍‌ଏସ୍ ୩୬୦ ଡିଗ୍ରୀ ପୁସ୍ତକ ରଚନା ଡ. ରତନ ଶାରଦା କରିଛନ୍ତି । ସଂଘର ଅଙ୍ଗ, ଉପାଙ୍ଗ, ପ୍ରତ୍ୟେକଟି ବିଷୟ, ତାର ବିଚାରଧାରା, ତାର କାର୍ଯ୍ୟ ପଦ୍ଧତି, ତାର ସିଦ୍ଧାନ୍ତ ଏବଂ ଆଜିର ଦିନରେ ଏହାର ପ୍ରାସଙ୍ଗିକତା, ଏହାର ଆବଶ୍ୟକତା, ଏ ସବୁ ଜିନିଷକୁ ଆଖି ଆଗରେ ରଖି ଏ ପୁସ୍ତକଟିର ରଚନା କରାଯାଇଛି ବୋଲି ଡ. ମହାପାତ୍ର ପ୍ରକାଶ କରିଛନ୍ତି ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଲେ ଯେ,ମୁଁ ଆଜି ଯାହା ହୋଇଛି ସଂଘର ବିଚାର ପ୍ରବାହ କାରଣରୁ ସମ୍ଭବ ହୋଇଛି । ଓଡ଼ିଆ ରାଷ୍ଟ୍ରବାଦରେ ହିଁ ସଂଘର ବିଚାରଧାରା ପ୍ରତିଫଳିତ ।  

ଶ୍ରୀ ପ୍ରଧାନ ପୁସ୍ତକର ମୂଳ ତଥା ପ୍ରସିଦ୍ଧ ଲେଖକ ଡ. ରତନ ଶାରଦା ଓ ଏହାକୁ ଓଡ଼ିଆରେ ଅନୁବାଦ କରିଥିବା ଲେଖିକା ନବଜ୍ୟୋତି ରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ସାହିତ୍ୟ ପଢିଲେ ଲୋକମାନେ ପ୍ରଭାବିତ ହୁଅନ୍ତି । ସାହିତ୍ୟ ଲୋକଭାଷାରେ ହିଁ ହେବା ଦରକାର । ଏହି ପୃଷ୍ଠଭୂମିରେ ରାଷ୍ଟ୍ରନିର୍ମାଣ ପ୍ରତି ସଂଘର ଦୃଷ୍ଟିକୋଣ, ବିଚାରଧାରା ତଥା ଭାରତୀୟ ସଂସ୍କୃତି, ସମାଜ ଓ ସଭ୍ୟତାର ପ୍ରସାର ଆଦି ବିଷୟ ଗୁଡ଼ିକୁ ଅତି ସରଳ ଭାଷାରେ ଓଡ଼ିଆରେ ଉପଲବ୍ଧ କରଯାଇଛି ।

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା ବିଚାର ଏବଂ ଆରଏସଏସ ପ୍ରତିଷ୍ଠାତା ହେଡଗଓ୍ବୋରଙ୍କ ତତ୍ତ୍ୱ ସମ୍ପୂର୍ଣ୍ଣ ଏକ୍ ଥିଲା । କାଶ୍ମୀରରୁ କନ୍ୟାକୁମାରୀ ଓ କଚ୍ଛରୁ କାମାକ୍ଷା ପର୍ଯ୍ୟନ୍ତ ସଂଘର ଅଂସଖ୍ୟ ସ୍ୱୟଂସେବକ ପ୍ରତିଦିନ ଗୋପବନ୍ଧୁଙ୍କୁ ସ୍ମରଣ କରନ୍ତି । ଆଜି 1936 ମସିହାରେ ରାଷ୍ଟ୍ରୀୟ ସ୍ୱୟଂ ସଂଘର ଆରମ୍ଭ ହୋଇଥିବା କାମ ଓଡ଼ିଶାରେ ଆରମ୍ଭ ହୋଇଛି । ଆଗାମୀ ଦିନରେ ଓଡ଼ିଶା ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଭାବେ ଏବଂ ସଂଘ ନିଜ ପ୍ରତିଷ୍ଠାର ଶତବାର୍ଷିକୀ ପାଳନ କରିବ । ଉନ୍ମୋଚିତ ପୁସ୍ତକଟି ନିଶ୍ଚିତ ଭାବେ ଆମ ଓଡ଼ିଶାର ଜନମାନସରେ ସଂଘକୁ ନିକଟରୁ ଜାଣିବା ଓ ବୁଝିବା ପାଇଁ ଉପଯୋଗୀ ହେବ । ‘ଆରଏସଏସ୍  360°’ ପୁସ୍ତକ ଓଡ଼ିଆ ସମାଜ ସହ ସଂଘକୁ ଯୋଡିବାରେ ସହାୟକ ହେବ । ପ୍ରାରମ୍ଭିକ ସ୍ତରରେ ଓଡ଼ିଶାରେ ମଧୁସୂଦନ ରାଓଙ୍କ ଲିଖିତ ଛବିଳ ମଧୁ ବର୍ଣ୍ଣବୋଧ ଭଳି କାମ କରିବ । 

ଯେତେବେଳେ ଜନସଂଘ ପ୍ରତିଷ୍ଠା ହେଲା, ଓଡ଼ିଶାରୁ ପଣ୍ଡିତ ନୀଳକଣ୍ଠ ଦାସ ଜନସଂଘର ସଦସ୍ୟ ହୋଇଥିଲେ । ଅନେକ ମହାନ ପ୍ରଚାରକଙ୍କ ତ୍ୟାଗ ଓ ତପସ୍ୟା ଯୋଗୁଁ ଓଡ଼ିଶାରେ ସଂଘର ବିଚାରଧାରା ବ୍ୟାପକ ହେବା ଖୁସିର ବିଷୟ ।  ସଂଘର ବିଚାର ଭାରତକୁ ଶକ୍ତିଶାଳୀ ଓ ସମୃଦ୍ଧ କରିବା ପାଇଁ ପ୍ରତିବଦ୍ଧ । ଓଡ଼ିଶା ମଧ୍ୟ ଏଥିରେ ସହଯୋଗୀ ହେବ । 

ସାମାଜିକ ସମରସତା, ଖ୍ରୀଷ୍ଟ୍ରିଆନ ଧର୍ମରେ ଦୀକ୍ଷିତ ହୋଇ ମଧ୍ୟ ମଧୁବାବୁଙ୍କର ଓକିଲ ହୋଇ ଓଡ଼ିଆ ଅସ୍ମିତା ଓ ଜାତି ପାଇଁ ଲଢିବାର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ଉପାସନା ପଦ୍ଧତି ଅଲଗା ହୋଇପାରେ କିନ୍ତୁ ଆମେ ସମସ୍ତେ ହିନ୍ଦୁ । ସଂଘ ସେବାର ନୂଆ ପରିଭାଷା ତିଆରି କରିଛି । ଆରଏସଏସ ପ୍ରଗତିଶୀଳ ଚିନ୍ତାଧାରାକୁ ପ୍ରତିନିଧିତ୍ୱ କରୁଛି । ସମାଜରେ ଭାଇଚାରାକୁ ଆଗକୁ ବଢାଇବାରେ ସଂଘର ଯୋଗଦାନ ଅତୁଳନୀୟ । ସଂଘର ବିଚାରରେ ଗାଁ, ପରିବେଶ ସୁରକ୍ଷା ଏବଂ ବିଶ୍ୱ କଲ୍ୟାଣର କଥା ଅଛି । ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ମୋଦିଜୀ ଶିକ୍ଷା ନୀତିରେ ସବୁ ଭାରତୀୟ ଭାଷା ସହ ସଂଘର ବିଚାରଧାରାକୁ ନୀତିରେ ପରିବର୍ତ୍ତନ କରାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ନିର୍ଦ୍ଦେଶକ ଶ୍ରୀ ସୁଧାଶୁଂ ପଣ୍ଡା ସମ୍ମାନୀତ ଅତିଥି ଓ ଡ.ରତନ ଶାରଦା ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ ।

Leave a Reply