Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେରିକାର ଜର୍ଜିଆରେ ଅକ୍ଟୋବରକୁ ‘ହିନ୍ଦୁ ହେରିଟେଜ ମାସ’ ଘୋଷଣା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକାର ଜର୍ଜିଆରେ ଅକ୍ଟୋବରକୁ ‘ହିନ୍ଦୁ ହେରିଟେଜ ମାସ’ ଘୋଷଣା

ନ୍ୟୁୟର୍କ,: ଆମେରିକାର ଜର୍ଜିଆ ରାଜ୍ୟ ଆନୁଷ୍ଠାନିକ ଭାବେ ଅକ୍ଟୋବରକୁ ହିନ୍ଦୁ ହେରିଟେଜ ମାସ ଭାବରେ ଘୋଷଣା କରିଛି । ରାଜ୍ୟରେ ହିନ୍ଦୁ-ଆମେରିକୀୟ ସମ୍ପ୍ରଦାୟର ଅବଦାନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଜର୍ଜିଆର ହିନ୍ଦୁ ସଂଗଠନଗୁଡ଼ିକ ଦୀର୍ଘ ସମୟ ଧରି ଏହା ଦାବି କରୁଥିଲେ । ଅକ୍ଟୋବର ମାସ ହିନ୍ଦୁମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ, ଏହାର ସାଂସ୍କୃତିକ ଏବଂ ଧାର୍ମିକ ପରିଚୟ ମଧ୍ୟ ରହିଛି, ଏହି ମାସରେ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ୨ ଅକ୍ଟୋବରରେ ଏବଂ ନବରାତ୍ରୀ ଏବଂ ଦୀପାବଳି ମଧ୍ୟ ଏହି ମାସରେ ପଡିଥାଏ । ଉତ୍ତର ଆମେରିକାର ହିନ୍ଦୁ ସଙ୍ଗଠନ (ଉକ୍ଟଐଘଇ) ର ସଦସ୍ୟମାନେ ଜର୍ଜିଆର ଗଭର୍ନରଙ୍କୁ ଭେଟି ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହା ସହ ସଂଗଠନ ଜର୍ଜିଆ ଗଭର୍ନର ବ୍ରାଏନ କେମ୍ପଙ୍କୁ ଅକ୍ଟୋବରକୁ ହିନ୍ଦୁ ଐତିହ୍ୟ ମାସ ଭାବରେ ଘୋଷଣା କରିଥିବାରୁ ଧନ୍ୟବାଦ ଅର୍ପଣ କରିଛି । ଉତ୍ତର ଆମେରିକାର ହିନ୍ଦୁ ସମବାୟ ସମିତି ଏକ୍ସ(ଟୁଇଟର) ରେ ଘୋଷଣା କରିଛି ଯେ ଜର୍ଜିଆର ଗଭର୍ନର ବ୍ରାଏନ କେମ୍ପ ଅକ୍ଟୋବରକୁ ହିନ୍ଦୁ ହେରିଟେଜ ମାସ ଭାବରେ ଘୋଷଣା କରିଛନ୍ତି ା

Leave a Reply