Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବ୍ୟାଙ୍କ୍‌କୁ ଫେରିଲା ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍‌ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବ୍ୟାଙ୍କ୍‌କୁ ଫେରିଲା ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ: ୨୦୨୩ ଅଗଷ୍ଟ ୩୧ ତାରିଖ ସୁଦ୍ଧାବ୍ୟାଙ୍କ୍‌?କୁ ଫେରିଛି ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ । ଶୁକ୍ରବାର ଏନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍‌ବିଆଇ) ପକ୍ଷରୁ ସୂଚନା ଦିଆଯାଇଛି ।ଫେରିଥିବା ୨ ହଜାର ଟଙ୍କିଆ ନୋଟ୍‌ର ମୂଲ୍ୟ ୩.୩୨ ଲକ୍ଷ କୋଟି ହେବ ବୋଲି ଆର୍‌ବିଆଇ କହିଛି । ଆର୍‌ବିଆଇର ସୂଚନା ଅନୁସାରେ, ଏବେ ବି (ଅଗଷ୍ଟ ୩୧ ତାରିଖ ସୁଦ୍ଧା) ବଜାରରେ ୦.୨୪ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ପଡ଼ି ରହିଛି । ୨୦୨୩ ମେ ୧୯ ତାରିଖ ସୁଦ୍ଧା ବଜାରରେ ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ରହିଥିଲା । ଯାହା ଏବେ ଫେରିଆସିଛି । ଫେରିଥିବଟଙ୍କା ମଧ୍ୟରୁ ୮୭ ପ୍ରତିଶତ ଡିପୋଜିଟ୍ ଆକାରରେ ଫେରିଥିବା ବେଳେ ୧୩ ପ୍ରତିଶତ ବଦଳି ହୋଇଛି ବୋଲି ଆର୍‌ବିଆଇ କହିଛି । ଏଥିସହିତ ୨୦୦୦ ଟଙ୍କିଆ ନୋଟ୍ ଫେରାଇବାର ତାରିଖ ପାଖେଇ ଆସୁଥିବାରୁ ଆ?ର୍ବିଆଇ ସାଧାରଣ ଲୋକଙ୍କୁ ସମୟ ଅନୁସାରେ ନୋଟ୍ ଫେରାଇବାକୁ ଅନୁରୋଧ କରିଛି । ସେପ୍େଟମ୍ବର ୩୦ ତାରିଖ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ୍ ଡିପୋଜିଟ୍ କିମ୍ବା ବଦଳି ଆକାରରେ ଫେରାଇବାକୁ ଆର୍‌ବିଆଇ କହିଛି । ସୂଚନା ଥାଉକି ଚଳିତ ବର୍ଷ ମେ ମାସରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରୁ ହଟାଇବାକୁ ଘୋଷଣା କରାଯାଇଥିଲା । ଆ?ର୍ବିଆଇର ‘କ୍ଲିନ୍ ନୋଟ୍ ପଲିସି’ ଅନୁସାରେ ନୋଟ ପ୍ରତ୍ୟାହାର ନେଇ ଘୋଷଣା କରାଯାଇଥିଲା । ଏହାର କିଛି ମାସ ପରେ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଭାରତୀୟ ବ୍ୟାଙ୍କିଙ୍କ ସିଷ୍ଟମ୍ ପାଇଁ ଶୁଭ ସଂକେତ ବୋଲି ଏସ୍ ବିଆଇର ଏକ ସର୍ଭେ ରିପୋର୍ଟରେ କୁହାଯାଇଥିଲା ।

Leave a Reply