Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଜୟପୁର: ଭାରତୀୟ ମଜଦୁର ସଂଘ କୋରାପୁଟ ଜିଲା ତରଫରୁ ଠିକା ଶ୍ରମିକ ଓ ସେବା ପେପର ମିଲ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜୟପୁର ସ୍ଥିତ ଜିଲା ଶ୍ରମ ଅଧିକାରିଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ମିଲ ବାରମ୍ବାର ବନ୍ଦ ହେଉଛି ତାହା ନିୟମିତ ଭାବେ ଚଲାଯାଉ, ନିୟମିତ ଭାବେ ଦରମା ମିଳୁ ନାହିଁଁ ଯାହାଦ୍ୱାରା ଶ୍ରମିକ ମାନଙ୍କ ଆର୍ôଥକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପୂର୍ବରୁ ବନ୍ଦ ହୋଇଥିବା ବକେୟା ଦରମା ପ୍ରଦାନ କରାଯାଉ, ବର୍ତମାନ ବନ୍ଦ ହୋଇଥିବା ୪ ମାସର ଦରମା ଶୀଘ୍ର ପ୍ରଦାନ କରାଯାଉ, ଅବସରପ୍ରାପ୍ତ କର୍ମଚାରି ଓ ମୃତ୍ୟୁବରଣ କରିଥିବା କର୍ମଚାରିଙ୍କ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯାଉ, କର୍ମଚାରିଙ୍କୁ ତୁରନ୍ତ ପେନସନ ମିଳିବାର ବ୍ୟବସ୍ଥା କରାଯାଉ ଆଦି ଦାବି ରହିଛି । ଜିଲା ସମ୍ପାଦକ ବିରଂଚି ନାରାୟଣ ଷଡଙ୍ଗିଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏ. ଭିମା ରାଓ, ସୁଧାଂଶୁ କୁମାର ପାଢୀ, ଆଲୋକ ଖରା, ଶ୍ରୀନିବାସ ଷଡଙ୍ଗୀ, ପିଂଟୁ କରଙ୍କ ସହ ଜୟପୁର ପେପର ମିଲ, ଦାମନଯୋଡି, ସୁନାବେଢାର ଠିକା କର୍ମଚାରି ମାନେ ଉପସ୍ଥିତ ଥିଲେ ।

Leave a Reply