Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ

ଚୌଦ୍ୱାର: ଆଗ୍ରାହାଟସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ସଭାପତି ପ୍ରତାପ କୁମାର ମହାପାତ୍ର, ଶିକ୍ଷାବିତ୍ ମାନସ ରଞ୍ଜନ ଦାସ, ସମ୍ପାଦକ ଶତୃଘ୍ନ ବେହେରା,ପ୍ରଭାସ ବରାଳ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇ ପରସ୍ପର ମଧ୍ୟରେ ପ୍ରେମ, ମୈତ୍ରୀ,ବିଶ୍ୱାସ ଓ ଭରସା ରକ୍ଷାର ପର୍ବ ହେଉଛି ରକ୍ଷାବନ୍ଧନ ବୋଲି ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଗୁରୁମା ମାନେ ପରସ୍ପର ହାତରେ ରାଖି ବାନ୍ଧିଥିଲେ । ପରେପରେ ପିଲା ଓ ଗୁରୁମା ମାନେ ଶୋଭାଯାତ୍ରାରେ ଯାଇ ସ୍ଥାନୀୟ ବଜାରରେ ଦୋକାନୀ ଓ ପଥଚାରୀ ମାନଙ୍କ ହାତରେ ରାଖି ବନ୍ଧିଥିଲେ । ପ୍ରଧାନ ଗୁରୁଜୀ ବିଜୟ ପ୍ରତାପ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହ କାର୍ଯ୍ୟକ୍ରମରେ କ୍ଷିରୋଦ ଚନ୍ଦ୍ର ସାହୁ,ଚିତ୍ତ ରଞ୍ଜନ ଦାଶ,ତ୍ରିଲୋଚନ ସାହୁ, ରଞ୍ଜନ କୁମାର ରାଉତ,ଅଜୟ ପଣ୍ଡା,ସ୍ନେହଲତା ରାଉତ,ଅମ୍ବିକା ସିଂ, ନିରୂପମା ସାହୁ, ଜ୍ୟୋସ୍ôନାମୟୀ ପ୍ରଧାନ ପ୍ରମୁଖ ଗୁରୁ ଓ ଗୁରୁମା ସହଯୋଗ କରିଥିଲେ ।

Leave a Reply