Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭଲୁମୁଣ୍ଡା ଛକରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷାବନ୍ଧନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭଲୁମୁଣ୍ଡା ଛକରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷାବନ୍ଧନ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା, ଭଲୁମୁଣ୍ଡା ଛକରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷାବନ୍ଧନ ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ପରଜଙ୍ଗ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମୁଖ୍ୟ ଅତିଥି, ଦଦରାଘାଟି ଫାଣ୍ଡି ଅଧିକାରୀ ଶକ୍ତି ପ୍ରସାଦ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସରସ୍ୱତୀଙ୍କ ନିକଟରେ ଧୂପ ଦୀପ ପ୍ରଜ୍ୱଳନ କରି ଶିବିରକୁ ଶୁଭ ଉଦଘାଟନ କରିଥିଲେ । ଶିବିରରେ ରକ୍ତଦାନ ସମେତ ଚକ୍ଷୁ ଓ ଅଙ୍ଗଦାନ ଉପରେ ସେଚ୍ଛାକୃତ ମାନଙ୍କ ଠାରୁ ନିଜର ମନ୍ତବ୍ୟ ଆଣିଥିବାବେଳେ ପଞ୍ଜିକରଣ କେନ୍ଦ୍ର ଖୋଲାଯାଇଥିଲା । ତାଳଚେର ରକ୍ତଭଣ୍ଡାରର ଡାକ୍ତର ଓ ଟେକ୍ନିସିଆନ୍ ଙ୍କ ସହଯୋଗ ରେ ୧୧୧ ୟୁନିଟ ରକ୍ତ ସଂଗୃହୀତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ଜେନା, ଅନୁଷ୍ଠାନର ଉଦ୍ୟୋକ୍ତା କ୍ଷୀରୋଦ କୁମାର ସାହୁ,କଳ୍ପତରୁ ବିଶ୍ୱାଳ ଓ ଆମ ଓଡ଼ିଶା ପରିବାର ତଥା ଗଣମାଧ୍ୟମ ପ୍ରତିନିଧି ସୁବଳ ରାଉତ, ସମସ୍ତ ଗୁରୁଜୀ ଗୁରୁମା, ଅବିଭାବକ ଛାତ୍ରଛାତ୍ରୀ, ଅଞ୍ଚଳର ନେତୃମଣ୍ଡଳୀଙ୍କ ପୂର୍ଣ୍ଣ ସହଯୋଗରେ ଏହି ଶିବିର ପରିଚାଳିତ ହୋଇଥିଲା ।

Leave a Reply