Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଜି ରାମଲଲାଙ୍କ ଦିବ୍ୟ ମୂର୍ତ୍ତି ଚୟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଜି ରାମଲଲାଙ୍କ ଦିବ୍ୟ ମୂର୍ତ୍ତି ଚୟନ

ଲକ୍ଷ୍ନୌ : ରାମନଗରୀ ଅଯୋଧ୍ୟାରେ ଜାନୁୟାରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଦୃଷ୍ଟିରେ ରଖି ଶୁକ୍ରବାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକରେ ରାମଲାଲଙ୍କ ମୂର୍ତ୍ତି ଚୟନ କରାଯିବ । ଗର୍ଭଗୃହରେ ବିରାଜମାନ ହେବାକୁ ଥିବା ରାମଲଲାଙ୍କ ମୂର୍ତ୍ତି ଆଜି ଚୟନ କରାଯିବ । ଏହି ମୂର୍ତ୍ତି ଚୟନ ସହ ରାମଲଲାଙ୍କ ସ୍ୱରୂପକୁ ଦେଖିବାକୁ ରହିଥିବା ଅପେକ୍ଷାର ଅନ୍ତ ଘଟିବ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ନିର୍ଦ୍ଦେଶ କ୍ରମେ ରାମଲଲାଙ୍କ ତିନୋଟି ମୂର୍ତ୍ତି ଦିନ-ରାତି ପରିଶ୍ରମ ଓ ଶ୍ରଦ୍ଧାଭାବରେ ନିର୍ମାଣ କରାଯାଇଛି । ଏଥିରେ ଭଗବାନ ରାମଙ୍କ ବାଳକ ସ୍ୱରୂପ ନଜର ଆସୁଛି ଏବଂ ତାଙ୍କ ଆଭାମଣ୍ଡଳ ବେଶ୍ ଆକର୍ଷଣୀୟ ହୋଇଛି । ଦେଶରେ ତିନିଜଣେ ବଛାବଛା ମୂର୍ତ୍ତିକାର ଅଯୋଧ୍ୟାର ରାମସେବକପୁରମରେ ରାମଲଲାଙ୍କ ତିନୋଟି ମୂର୍ତ୍ତି ନିର୍ମାଣ କରିଛନ୍ତି ।

Leave a Reply