Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାତ ମିନିଟରେ କ୍ୟାନସର ଚିକିତ୍ସା; ବିଶ୍ୱରେ ବ୍ରିଟେନ ହେବ ପ୍ରଥମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାତ ମିନିଟରେ କ୍ୟାନସର ଚିକିତ୍ସା; ବିଶ୍ୱରେ ବ୍ରିଟେନ ହେବ ପ୍ରଥମ


ନୂଆଦିଲ୍ଲୀ : ବର୍ତ୍ତମାନ ବ୍ରିଟେନ ଏଭଳି କିଛି କରିବାକୁ ଯାଉଛି । ଯାହା ପାଇଁ ସେ ସାରା ବିଶ୍ୱ୍‌ରେ ପ୍ରଥମ ଦେଶ ହେବ । ଯିଏ ନିଜ ଦେଶରେ କ୍ୟାନସର ରୋଗୀଙ୍କୁ ସାତ ମିନିଟ୍ରେ ତାହାର ଉପଚାରର ଔଷଧ ଦିଆଯିବ । ବ୍ରିଟେନର ଜନସ୍ୱ୍‌ାସ୍ଥ୍ୟ ସେବା (ଘଐଝ) ଦେଶରେ ଶହ ଶହ କର୍କଟ ରୋଗୀଙ୍କୁ ଗୋଟିଏ ଇଞ୍ଜେକ୍ସନ ଦେଇ ଚିକିତ୍ସା ସମୟକୁ ତିନି ଚତୁର୍ଥାଂଶ ହ୍ରାସ କରିବାରେ ବିଶ୍ୱ୍‌ରେ ପ୍ରଥମ ହେବାକୁ ଯାଉଛି । ଇମ୍ୟୁନୋଥେରାପି ସହିତ ଚିକିତ୍ସିତ ହେଉଥିବା ଶହ ଶହ କର୍କଟ ରୋଗୀଙ୍କୁ ବର୍ତ୍ତମାନ ଚର୍ମ ତଳେ ଆଟେଜୋଲିଜୁମାବ ଇଞ୍ଜେକ୍ସନ ଦିଆଯିବାକୁ ପ୍ରସ୍ତୁତ କରାଯାଉଛି ବୋଲି ବ୍ରିଟିଶ ମେଡିସିନ୍ ଏବଂ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି (ଗଐଜଇ) ର ଅନୁମୋଦନ ପାଇବା ପରେ ଘଐଝ ମଙ୍ଗଳବାର ଦିନ କହିଛି । ଏହା କର୍କଟ ଚିକିତ୍ସା ପାଇଁ ସମୟ ହ୍ରାସ କରିବ । ଏନେଇ ଘଐଝ କହିଛି ଯେ ଆଟେଜୋଲିଜୁମାବ, ଯାହା ଟେକେଣ୍ଟ୍ରିକ୍ ଭାବରେ ମଧ୍ୟ ଜଣାଶୁଣା । ସାଧାରଣତଃ ରୋଗୀମାନଙ୍କୁ ସିଧାସଳଖ ସେମାନଙ୍କ ଶିରାରେ ଡ୍ରପ୍ ମାଧ୍ୟମରେ ଦିଆଯାଏ । ଏହି ପ୍ରକ୍ରିୟା କିଛି ରୋଗୀଙ୍କ ପାଇଁ ପ୍ରାୟ ୩୦ ମିନିଟ୍ କିମ୍ବା ଏକ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇଥାଏ । ଅନେକ ରୋଗୀଙ୍କ କ୍ଷେତ୍ରରେ, ଏହି ସମୟ ମଧ୍ୟ ଅଧିକ ସମୟ ନେଇଥାଏ, ଯେତେବେଳେ ଔଷଧ ସେମାନଙ୍କ ଶିରାରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଯାଏ । କିନ୍ତୁ ନୂତନ ପଦ୍ଧତି ସହିତ, ବର୍ତ୍ତମାନ ଏହି ଔଷଧ ଶିରାରେ ଦେବା ପରିବର୍ତ୍ତେ ଚର୍ମ ତଳେ ଇଞ୍ଜେକ୍ସନ ଦିଆଯିବ । ଇଂଲଣ୍ଡ ଏହା କରିବାରେ ପ୍ରଥମ ଦେଶ ହେବ । ଟେକେଣ୍ଟ୍ରିକ୍ ହେଉଛି ଏକ ମୋନୋକ୍ଲୋନାଲ ଆଣ୍ଟିବଡି । ଯାହା କର୍କଟ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ପ୍ରଭାବିତ କରିଥାଏ । ଆଟେଜୋଲିଜୁମାବ ହେଉଛି ଏକ ଇମ୍ୟୁନୋଥେରାପି ଔଷଧ । ଯାହା କର୍କଟ ରୋଗର କୋଷ ଖୋଜିବା ଏବଂ ନଷ୍ଟ କରିବା ପାଇଁ ରୋଗୀଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଶକ୍ତି ଦେଇଥାଏ ।

Leave a Reply