Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦିଲ୍ଲୀ ଜାମା ମସଜିଦ୍ ସମେତ ୧୨୩ଟି ଜମି ଫେରାଇ ନେବେ କେନ୍ଦ୍ର ସରକାର, ଜାରି ହେଲା ନୋଟିସ୍‌ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦିଲ୍ଲୀ ଜାମା ମସଜିଦ୍ ସମେତ ୧୨୩ଟି ଜମି ଫେରାଇ ନେବେ କେନ୍ଦ୍ର ସରକାର, ଜାରି ହେଲା ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଜାମା ମସଜିଦ୍ ସମେତ ୧୨୩ଟି (ଭୂ) ସମ୍ପତ୍ତି ଫେରାଇ ନେବାକୁ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ଦିଲ୍ଲୀ ୱାକଫ୍ ବୋର୍ଡକୁ ନୋଟିସ୍ ଜାରି କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାର ସମୟରେ ଜାମା ମସଜିଦକୁ ୱାକ୍ଫ ବୋର୍ଡକୁ ହସ୍ତାନ୍ତର କରାଯାଇଥିଲା । ଏବେ କେନ୍ଦ୍ର ସରକାର ଏହି ଜାମା ମସଜିଦ ସମେତ ଦିଲ୍ଲୀର ୧୨୩ଟି ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଫେରାଇ ନେବେ । ତେବେ ଯେଉଁ ମସଜିଦକୁ ଫେରାଇ ନେବାକୁ ପଡ଼ିବ ତାହା ଲାଲ୍ କିଲ୍ଲା ନିକଟରେ ଥିବା ଜାମା ମସଜିଦ୍ ନୁହେଁ । ଏହି ଜାମା ମସଜିଦ କେନ୍ଦ୍ରୀୟ ଦିଲ୍ଲୀରେ ଅବସ୍ଥିତ ଅନ୍ୟ ଏକ ଜାମା ମସଜିଦ୍ । କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ଅଣ-ନୋଟିଫାଏଡ୍ ୱାକଫ୍ ସମ୍ପତ୍ତି ଉପରେ ଦୁଇ ଜଣିଆ କମିଟିର ରିପୋର୍ଟ ଆଧାରରେ ଦିଲ୍ଲୀ ୱାକଫ୍ ବୋର୍ଡର ୧୨୩ଟି ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେବାକୁ ନିଷ୍ପତ୍ତି ନେଇଛି । ଏଥିରେ ମସଜିଦ, ଦରଗା ଓ କବରସ୍ଥାନ ରହିଛି । ମନ୍ତ୍ରଣାଳୟ ଦିଲ୍ଲୀ ୱାକଫ୍ ବୋର୍ଡ ଅଧ୍ୟକ୍ଷ ତଥା ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଚିଠି ଲେଖି ଏହି ନିଷ୍ପତ୍ତି ବିଷୟରେ ଅବଗତ କରାଇଥିଲା । ଯେଉଁ ସମ୍ପତ୍ତି ପ୍ରତ୍ୟାହାର ପାଇଁ ନୋଟିସ୍ ଜାରି କରାଯାଇଛି, ସେମାନେ କୌଣସି ନା କୌଣସି ସମୟରେ ସରକାରଙ୍କ ନିକଟରେ ଥିଲା । ମନମୋହନ ସିଂହଙ୍କ ସରକାର ସମୟରେ ଏହି ସମ୍ପତ୍ତିକୁ ୱାକ୍ଫ ବୋର୍ଡକୁ ହସ୍ତାନ୍ତର କରାଯାଇଥିଲା । କେନ୍ଦ୍ର ସହରାଞ୍ଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ଜମି ଓ ଉନ୍ନୟନ କାର୍ଯ୍ୟାଳୟ ୱାକଫ୍ ବୋର୍ଡକୁ ଏକ ନୋଟିସ୍ ପଠାଇ ଆବଶ୍ୟକ କାଗଜପତ୍ର ଉପସ୍ଥାପନ କରିବାକୁ କହିଛି, ଯେଉଁଥିରେ ବୋର୍ଡ ଏହି ସମ୍ପତ୍ତିଗୁଡ଼ିକୁ କାହିଁକି ଦିଆଯିବ ତାହା ସ୍ପଷ୍ଟ କରିପାରିବ ।

Leave a Reply