Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅମାନୁଷିକ ଭାବରେ ଗୋ ଚାଲାଣକାରିଙ୍କୁ ଥାନାରେ ଜିମାଦେଲେ ସ୍ଥାନୀୟ ଲୋକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅମାନୁଷିକ ଭାବରେ ଗୋ ଚାଲାଣକାରିଙ୍କୁ ଥାନାରେ ଜିମାଦେଲେ ସ୍ଥାନୀୟ ଲୋକ

ନୀଳଗିରି: ନୀଳଗିରି ବ୍ଲକ୍ ବରହମପୁର ବଜାରରୁ୍ ଏକ ଷଣ୍ଢ ସହ ଅନ୍ୟ ତିନୋଟି ଅଣ୍ଡିରା ଗୋରୁଙ୍କୁ ଅମାନୁଷିକ ଭାବରେ ଘୋଷାରି ଘୋଷାରି ନେଉଥିବା ସମୟରେ ବଜାରର କିଛିଲୋକ ଓ ୨ଜଣ ହୋମଗାର୍ଡ ମିଶି ଗୋରୁ ଦଲାରିଙ୍କୁ ଧରି ବରହମପୁର ଥାନାରେ ଜିମା ଦେଇଥିଲେ ।ସୂଚନା ମୁତାବକ ମଙ୍ଗଳବାର ଭୋର ୪ ଟା ସମୟରେ ଦୁଇ ଜଣ ଲୋକ ବରହମପୁର ବଜାର ଦେଇ ୩ ଟି ଦାମୁଡିଆ ଓ ଗୋଟିଏ ଷଣ୍ଢକୁ ଗୋଟିଏ ପଘାରେ ବାନ୍ଧି ସେମାନଙ୍କୁ ଜୋରଜବରଦସ୍ତ ଟାଣି ଟାଣି ନେଉଥିଲେ ।ଏହାକୁ ଦେଖି ବଜାରର ସୁରକ୍ଷା ଦାୟିତ୍ୱରେ ଥିବା ହୋମଗାର୍ଡ ଓ କିଛି ସ୍ଥାନୀୟ ଯୁବକ ସେମାନଙ୍କୁ ପଚରାଉଚୁରା କରିଥିଲେ ।ହେଲେ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ ।ଫଳରେ ସନ୍ଦେହ ହେବାରୁ ସେମାନଙ୍କୁ ଥାନାର ଜିମା ଦେଇଥିଲେ । ଘଟଣାରେ ସଂପୃକ୍ତ ଦୁଇଜଣ ନରଣପୁର ଗ୍ରାମର ବୋଲି ଜଣାପଡିଥିବା ବେଳେ ସେମାନେ ଗାଈ ଗୋରୁ ଗୁଡିକୁ ନେଇ ହାଟ ମାନଙ୍କରେ ବିକ୍ରୟ କରି ଲାଭବାନ ହେଉଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ବରହମପୁର ପୋଲିସ ଦୁଇଜଣଙ୍କୁ ଅଟକ ରଖି ଅନ୍ୟ କେଉଁମାନେ ଏ ରାକେଟରେ ସାମିଲ ଅଛନ୍ତି ଅଧିକ ତଦନ୍ତ ଜାରିରହିଛି ।

Leave a Reply