Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଦିତ୍ୟ-ଏଲ୍‌୧ ସେପ୍ଟେମ୍ବର ୨ରେ ଲଞ୍ଚ୍‌ହେବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଦିତ୍ୟ-ଏଲ୍‌୧ ସେପ୍ଟେମ୍ବର ୨ରେ ଲଞ୍ଚ୍‌ହେବ

ନୂଆଦିଲ୍ଲୀ : ଚନ୍ଦ୍ରୟାନ-୩ ସଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂର୍ଯ୍ୟ ଅଭିଯାନ ଆରମ୍ଭ ଲାଗି ଜୋର୍‌ଦାର ପ୍ରସ୍ତୁତି ଆରମ୍ଭକରିଦେଇଛି । ସୋମବାର ଇସ୍ରୋ ପକ୍ଷରୁ ଟୁଇଟ୍ ଯୋଗେ କୁହାଯାଇଛି ଯେ,ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଆଦିତ୍ୟ-ଏଲ୍‌୧ ସେପ୍ଟେମ୍ବର ୨ରେ ଲଞ୍ଚ୍‌ହେବ । ସକାଳ ୧୧.୫୦ରେ ଲଞ୍ଚ୍ ସମୟ ସ୍ଥିର କରାଯାଇଛି । ଏହାଶ୍ରୀହରିକୋଟାଠାରୁ ଆରମ୍ଭ ହେବ । ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବାରେଏହା ଭାରତର ପ୍ରଥମ ସ୍ପେସ୍ ମିଶନ ହେବ । ଏଲ୍‌୧ ଚତୁଃପାର୍ଶ୍ୱରେ ଥିବା କକ୍ଷରୁଆଦିତ୍ୟ-ଏଲ୍ ୧ ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ଚଳାଇବ । ସୂର୍ଯ୍ୟଙ୍କ ଫଟୋସ୍ପିୟର,କ୍ରୋମୋସ୍ପିୟର ଅନୁଧ୍ୟାନ ଲାଗି ଉକ୍ତ ମହାକାଶ ଯାନରେ ବିଭିନ୍ନ ୱେଭ୍ ବ୍ରାଣ୍ଡ୍‌ର୭ଟି ପ୍ଲେଲୋଡ୍ ରହିବ । ଆଦିତ୍ୟ-ଏଲ୍‌୧ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେପ୍ରସ୍ତୁତ ହୋଇଛି । ଏହାର ଭିଜିବଲ୍ ଏମିଶନ ଲାଇନ କରୋନାଗ୍ରାଫ୍ ପ୍ଲେଲୋଡ୍‌ପ୍ରସ୍ତୁତ କରିବାରେ ବେଙ୍ଗାଲୁରୁର ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ଆଷ୍ଟ୍ରୋଫିଜିକ୍ସ(ଆଇଆଇଏ) ମୁଖ୍ୟ ଅନୁଷ୍ଠାନ । ସେହିପରି ପୁଣେରଇଣ୍ଟରୟୁନିଭର୍ସିଟି ସେଣ୍ଟର ଫର୍ ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ ମିଶନପାଇଁ ସୋଲାର ଅଲ୍‌ଟ୍ରାଭାଓଲେଟ୍ ଇମେଜର ପ୍ଲେଲୋଡ୍ ବିକଶିତ କରିଛି ।

Leave a Reply