Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚନ୍ଦ୍ରରେ ସଲଫର୍ ଓ ଅମ୍ଳଜାନର ସନ୍ଧାନ କରିଛି ପ୍ରଜ୍ଞାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚନ୍ଦ୍ରରେ ସଲଫର୍ ଓ ଅମ୍ଳଜାନର ସନ୍ଧାନ କରିଛି ପ୍ରଜ୍ଞାନ

ନୂଆଦିଲ୍ଲୀ :ଚନ୍ଦ୍ରରେ ସଲଫର୍ ସହିତ ଆହୁରି ଅନେକ ପଦାର୍ଥ ରହିଛି । ଏ ସଂପର୍କରେ ସୂଚନା ଦେଇଛି ରୋଭର ପ୍ରଜ୍ଞାନ । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି କୁହାଯାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ସଲଫର ସହିତ ଆଲୁମିନିୟମ (ଇକ୍ଷ), କ୍ୟାଲସିୟମ (ଉବ), ଫେରସ (ୠର), କ୍ରୋମିୟମ (ଉକ୍ସ), ଟିଟାନିୟମ (ଞସ), ମାଙ୍ଗାନିଜ (ଗଦ୍ଭ), ସିଲିକନ (ଝସ) ଓ ଅକ୍ସିଜେନ୍ (ଙ)ର ସନ୍ଧାନ କରିଛି । ରୋଭର ପ୍ରଜ୍ଞାନରେ ଲାଗିଥିବା ଖବଗ୍ଦରକ୍ସ-ଓଦ୍ଭୟଙ୍କମରୟ ଈକ୍ସରବଳୟକ୍ଟଙ୍ଗଦ୍ଭ ଝକ୍ଟ୍ରରମଗ୍ଧକ୍ସକ୍ଟଗ୍ଦମକ୍ଟକ୍ଟ୍ରଚ୍ଚ (ଖଓଈଝ) ନାମକ ଏକ ଯନ୍ତ୍ର ଏହା ସ୍ପଷ୍ଟ କରିଛି । ଚନ୍ଦ୍ରରେ ହାଇଡ୍ରୋଜେନ୍ ଅଛି ନା ନାହିଁ, ତାହା ଜାଣିବା ପାଇଁ ରୋଭର ପ୍ରଜ୍ଞାନ ସନ୍ଧାନ ଚଳାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ଏଭଳି ସନ୍ଧାନ କରିବାରେ ଏହା ପ୍ରଥମ ଘଟଣା । କୌଣସି ଅର୍ବିଟର ସାହାଯ୍ୟରେ ଏଭଳି ପରୀକ୍ଷଣ ସମ୍ଭବ ନୁହେଁ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।ଏହା ପୂର୍ବରୁ ରବିବାର ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ଉଷବଝଞଋ ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ଗୋଟିଏ ନୂଆ ସୂଚନା ପଠାଇଥିଲା । ଚନ୍ଦ୍ରରେ ମାଟିର ତାପମାତ୍ରା ୧୦ରୁ ୫୦ ଡିଗ୍ରୀ ମଧ୍ୟରେ ରହିଛି । ଇସ୍ରୋ କହିଥିଲା, \”ଚନ୍ଦ୍ରର ଭୂପୃଷ୍ଠରୁ ୧୦ ସେମି ପର୍ଯ୍ୟନ୍ତ ତାପମାତ୍ରାରେ ପାର୍ଥକ୍ୟ ଥିବା ଜଣାପଡୁଛି । ପ୍ରଥମ କରି ମହାକାଶ ବିଜ୍ଞାନ ଇତିହାସରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁର ମୃତ୍ତିକା ପରୀକ୍ଷା କରି ଏହି ସୂଚନା ପଠାଇଛି ।\”ଇସ୍ରୋ ଏହାର ଗୋଟିଏ ଗ୍ରାଫ୍ ମଧ୍ୟ ଶେୟାର୍ କରିଥିଲା । ଗ୍ରାଫରେ ଥିବା ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରୁ ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥିବା ଦେଖିବାକୁ ମିଳୁଛି ।

Leave a Reply