Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ମଜଦୁର ସଂଘ ଏବଂ ଓଡ଼ିଶା ଠିକା ମଜଦୁର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବିପତ୍ର ପ୍ରଦାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ମଜଦୁର ସଂଘ ଏବଂ ଓଡ଼ିଶା ଠିକା ମଜଦୁର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବିପତ୍ର ପ୍ରଦାନ

ରାୟଗଡ଼ା : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ଠିକା ମଜଦୁର ମହାସଂଘର ରାଜ୍ୟ ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ୱର ଦାସଙ୍କ ନେତୃତ୍ୱରେ ରାୟଗଡ଼ା ସ୍ଥିତ ଗଜପତି ଛକ ନିକଟରେ ଏକତ୍ରିତ ହୋଇ ଏକ ପଦଯାତ୍ରା ରେ ବାହାରି ରାୟଗଡ଼ା ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାୟଗଡ଼ା ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ପ୍ରସନ କୁମାର ପାଣିଗ୍ରାହୀଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ମଧ୍ୟରେ ଠିକା ପ୍ରଥା ଉଛେଦ କରାଯାଉ / ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଟିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଉ, ସମାନ କାମକୁ ସମାନ ବେତନ ପ୍ରଦାନ କରାଯାଉ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରାଯାଉ, ଠିକା କର୍ମଚାରୀମାନଙ୍କୁ ସାପ୍ତାହିକ ଛୁଟିର ହାଜିରା ପ୍ରଦାନ କରାଯାଉ, ଅବସର କାଳୀନ ସମୟ ସିମା ୫୮ ବର୍ଷରୁ ୬୦ ବର୍ଷ ବୃଦ୍ଧି କରାଯାଉ, ଠିକା କର୍ମଚାରୀମାନଙ୍କୁ ସର୍ବ ନିମ୍ନ ମାସିକ ୨୧ ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି ଦାବିରେ ଉଲ୍ଲେଖ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ସଭାପତି ମୋହନ ରାଓ ମାଝୀ, ଉପସଭାପତି ଦୁର୍ଗା ମାଧବ ଘୋଷ, କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ, ଉତ୍କଳ ଆଲୁମିନା ମଜଦୁର ସଂଘ ସଭାପତି ସମିର ଖରା, ସମ୍ପାଦକ ପ୍ରତାପ ସାହୁ, ପ୍ରଶାନ୍ତ ନାୟକ, ସାନ୍ଧ୍ରା ମାଝୀ, ନିରଞ୍ଜନ ସେନାପତି, ଇମ୍ଫା ଏମପ୍ଲେସ୍ ଆସୋସିଏସନ୍‌ର ପ୍ରଦୀପ କୁମାର ମିଶ୍ର, କୃଷ୍ଣ ଗାଣ୍ଟା, ସିମାଦ୍ରୀ ହିଆଲ, ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ମଜଦୁର ସଂଘ, ଇମ୍ଫା ଠିକା ମଜଦୁର ସଂଘ, ଜେକେ ପେପର ମଜଦୁର ସଂଘ, ଇମ୍ଫା ଏମପ୍ଲେସ୍ ଆସୋସିଏସନର ୩ ସହରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତାମାନ ଯୋଗ ଦେଇଥିଲେ ।

Leave a Reply