Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡିଶାରୁ ପଶ୍ଚିମବଙ୍ଗ ବେଆଇନ୍ ଗୋ ଚାଲାଣ ବେଳେ ଶତାଧିକ ଯୁବକଙ୍କ ଆକ୍ରୋଶର ଶୀକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡିଶାରୁ ପଶ୍ଚିମବଙ୍ଗ ବେଆଇନ୍ ଗୋ ଚାଲାଣ ବେଳେ ଶତାଧିକ ଯୁବକଙ୍କ ଆକ୍ରୋଶର ଶୀକାର


ଜଳେଶ୍ୱର: ଓଡିଶାରୁ ପଶ୍ଚିମବଂଗକୁ ବିଭିନ୍ନ ରାସ୍ତାରେ ବ୍ୟାପକ ବେଆଇନ୍ ଗୋ ଚାଲାଣ ହେଉଥିବା ବେଳେ ଗତ ମଧ୍ୟ ରାତିରେ ଶତାଧିକ ଯୁବକ ୫୭ ରାଜ୍ୟରାଜପଥର ଆମ୍ବଳିଅଠାଠାରେ ୫ ପିକ୍‌ଅପ୍‌କୁ ଅଟକାଇ ଚକଗୁଡିକୁ ହାଣି ପକାଇଥିଲେ । ଗୋରୁ ଗୁଡିକୁ ମୁକୁଳାଇବା ସହିତ ଭଂଗାରୁଜା କରିଥିଲେ । ଖବରପାଇ ପୁଲିସ୍ ପହଞ୍ଚିବାରୁ ଯୁବକମାନେ ଛତ୍ରଭଂଗ ଦେଇଥିବା ବେଳେ ୧୭ଟି ଗୋରୁକୁ ବାଲେଶ୍ୱର ଗୋଶାଳାକୁ ପଠାଇଥିବା ବେଳେ ସେଥିରୁ ୫ଟିର ମୃତ୍ୟୁ ଘଟିଛି । ଗତ କିଛିଦିନ ତଳେ ସୁବର୍ଣ୍ଣରେଖା ନଦୀ ପୋଲ ନିକଟ ଛୋଟଖାନପୁର ଠାରେ ଗୋ ଚାଲାଣକୁ ନେଇ ଗଣ୍ଡଗୋଳକୁ ନେଇ ଜଳେଶ୍ୱର ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା । ଗତ ଶୁକ୍ରବାର ବିଳମ୍ବିତ ରାତିରେ ଓଆର୍‌୦୧ୟୁ-୨୨୩୯, ଓଡି୦୧ଏ-୫୪୯୦, ଓଡି୦୧ବି-୫୮୪୨, ଓଆର୍‌୦୧ଜେ-୨୧୨୩, ଓଡି୦୧ସି୪୮୭୨ ପିକ୍‌ଅପ୍‌ରେ ପ୍ରାୟ ୧୦୦ ଗୋରୁ ପଶ୍ଚିମବଂଗକୁ ଚାଲାଣ ହେଉଥିଲା । ଗାଡି ଗୁଡିକ ୬୦ନଂ ଜାତୀୟ ରାଜପଥ ଅତିକ୍ରମ କଲାପରେ ୫୭ ରାଜ୍ୟ ରାଜପଥର ଆମ୍ବଳିଅଠା ଛକଠାରେ ପ୍ରାୟ ଶତାଧିକ ଯୁବକ ପଛପଟୁ ବାଇକ୍‌ରେ ଆସି ଗାଡି ଗୁଡିକୁ ଅଟକାଇଥିଲେ । ପରେ ଜୟଶ୍ରୀରାମ ଧ୍ୱନୀ ଦେଇ ଗୁଡିଗୁଡିକର ଚକକୁ ମାରଣାସ୍ତ୍ରରେ ହାଣି ପକାଇଥିଲେ । ଫଳରେ ସେଥିରେ ଥିବା ୪ଟି ପିକ୍‌ଅପ୍‌ର ଗୋରୁଗୁଡିକୁ ମୁଳୁଳାଇ ଦେବାରୁ ଗୋରୁ ଗୁଡିକ ଦୌଡାଦୌଡି କରି ପଳାଇଥିଲେ । ପିକ୍‌ଅପ୍‌ର ଡ୍ରାଇଭର ଓ ହେଲପରମାନେ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ଖବର ପାଇ ଜଳେଶ୍ୱର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଥିବା ଅନ୍ୟ ଗୋଟିଏ ଗୋରୁ ବୋଝେଇ ପିକ୍‌ଅପ୍‌କୁ ପୁଲିସ୍ ଜବତ୍ କରି ସେଥିରେ ଥିବା ୧୭ଟି ଗୋରୁ ମଧ୍ୟରୁ ଜୀବିତଥିବା ୧୨ଟିକୁ ଉଦ୍ଧାର କରି ବାଲେଶ୍ୱର ଗୋଶାଳାକୁ ପଠାଇଛି । ସେଥିରେ ଥିବା ଅନ୍ୟ ୫ଟି ଗୋରୁର ମୃତ୍ୟୁ ହୋଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ । ଘଟଣା ଘଟାଇ ଯୁବକମାନେ ପଶ୍ଚିମବଂଗ ଆଡକୁ ପଳାଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ପ୍ରକାଶଯୋଗ୍ୟ ପଶ୍ଚିମବଂଗକୁ ବିଭିନ୍ନ ରାସ୍ତାରେ ଗୋ ଚାଲାଣ ହୋଇ ଆସୁଛି । ବିଭିନ୍ନ ଥାନା ଇଲାକା ପାରି ହୋଇ ଏହା ଯାଉଥିବା ବେଳେ ପ୍ରଶାସନୀକ ଅଧିକାରୀମାନେ ଜାଣି ଅଜଣା ରହୁଛନ୍ତି । ଏନିମେଲ କ୍ରୁଏଲିଟି ଏକ୍ଟର ବ୍ୟାପକ ଉଲଙ୍ଘନ ହୋଇ ଏ ଗୁଡିକ ଚାଲାଣ ହେଉଥିବାରୁ ବ୍ୟାପକ ଗୋରୁ ମରୁଥିବା ଜଣାଯାଇଛି । ଅନ୍ୟପକ୍ଷରେ ଗତ ରାତିରେ ପ୍ରାୟ ୧୭ଟି ପିକ୍‌ଅପ୍‌ରେ ଗୋରୁ ଭର୍ତ୍ତି ହୋଇ ଉପାନ୍ତ ସୀମା ପର୍ଯ୍ୟନ୍ତ ଆସିବା ଓ ପଛରେ ଶତାଧିକ ଯୁବକ ବାଇକ୍‌ରେ ଗୋଡାଇ ଆସି ଏପରି କାଣ୍ଡ ଭିଆଇବା ପୁଲିସ୍‌କୁ ଚ୍ୟାଲେଞ୍ଚ ସୃଷ୍ଟି କରିଛି । ଗୋଚାଲାଣକୁ ଦୃଢ ହସ୍ତରେ ଦମନ କରାନଗଲେ ଆସନ୍ତା ଦିନରେ ଏକ ବଡ ଗଣ୍ଡଗୋଳ ସୂତ୍ରପାତ ହେବ ବୋଲି ତଥ୍ୟାଭିଜ୍ଞ ଲୋକେ କହିଛନ୍ତି ।

Leave a Reply