Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଗ୍ନିବିପନ୍ନ ପରିବାରଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ସହାୟତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଗ୍ନିବିପନ୍ନ ପରିବାରଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ସହାୟତା

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଜେନାସାହିର ବିଦେଶୀ ବେହେରାଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଜଳି ଯାଇଥିଲା । ସାମାଜିକ କର୍ମୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ତିରୁପତି ଜେନା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସତ୍ୟବାଦୀ ଖଣ୍ଡର କାର୍ଯ୍ୟବାହ ଶରତ ଭୋଇଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଶ୍ରୀ ଜେନାଙ୍କ ଅନୁରୋଧ କ୍ରମେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ,ଗ୍ରାମବିକାଶ ସମିତି ସତ୍ୟବାଦୀ ଖଣ୍ଡର ସେବା ପ୍ରମୁଖ ପ୍ରଫୁଲ କୁମାର ପରିଡା ଅନ୍ୟାନ ସ୍ୱୟଂସେବକ ଆକାଶ ପ୍ରଧାନ,ଜୀବନ ସଂଗ୍ରାମ ପ୍ରଧାନ, ପ୍ରଭାଶୁଂ ବିପ୍ଳବ ଜେନା ପ୍ରମୁଖଙ୍କ ଉପସ୍ଥିତିରେ ଅଗ୍ନିବିପନ୍ନ ବିଦେଶୀ ବେହେରାଙ୍କୁ ୨ ଟି ପାଲ ଓ ସୌରଚାଳିତ ଟର୍ଚ୍ଚ ଏବଂ ମଶାରି ପ୍ରଦାନ କରିଥିଲେ ।

Leave a Reply