
ଭୁବନେଶ୍ୱର,୨୨/୦୮:ସାପ୍ତାହିକ ରାଷ୍ଟ୍ରଦୀପ ପକ୍ଷରୁ ସୋମବାର ଦିନ ସଂଧ୍ୟାରେ ଉତ୍କଳ ବିପନ୍ନ ସହାୟତା ସମିତି, ଭୁବନେଶ୍ୱର ଠାରେ ‘ମଣିପୁରର ସାଂପ୍ରତିକ ପରିସ୍ଥିତି ଓ ତା’ର କାରଣ’ନେଇ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ରାଷ୍ଟ୍ରଦୀପ ପରିଚଳନା ସମିତିର ସଭାପତି ଶ୍ରୀ ଅନୁପ କୁମାର ବୋଷ । ଏସ୍ଟିଏସ୍ସି ରିଜିଓନାଲ ଡାଇରେକ୍ଟର ଡ. ଜୟନ୍ତ ଜନାର୍ଦ୍ଦନ ସରଦେ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହସର୍ମ୍ପକ ପ୍ରମୁଖ ଶ୍ରୀ ପ୍ରଦୀପ କୁମାର ଯୋଶୀ ଶାନ୍ତ ଓ ସ୍ୱର୍ଗୀୟ ମଣିପୁର ରାଜ୍ୟ କିପରି ଓ କାହଁକି ଆଜି ଅଶାନ୍ତ ରାଜ୍ୟରେ ପରିଣତ ହୋଇଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ରାଷ୍ଟ୍ରଦୀପର ସମ୍ପାଦକ ଶ୍ରୀ ଚିତରଂଜନ ମହାପାତ୍ର ସ୍ୱାଗତ ଭାଷଣ ଦେବାସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଓଡିଶାର ବିଭିନ୍ନ ଅଂଚଳରୁ ବହୁ ବୁଦ୍ଧିଜୀବୀ ଓ ଗଣମାନ୍ୟ ବ୍ୟକ୍ତି ସଭାରେ ଉପସ୍ଥିତ ରହି ମଣିପୁର ରାଜ୍ୟରେ ଜନଜାତିଙ୍କ ସମସ୍ୟା ଉପରେ ନିଜ ନିଜର ମତାମତ ରଖିଥିଲେ । ଶେଷରେ ରାଷ୍ଟ୍ରଦୀପ ପରିଚାଳନା ସମିତିର ସଭାପତି ଶ୍ରୀ ଅନୁପ କୁମାର ବୋଷ ଧନ୍ୟବାଦ ଅର୍ପଣ କରିଥିଲେ ।





