Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୫୨ ଲକ୍ଷ ଫ୍ରଡ୍ କନେକ୍ସନ ବନ୍ଦ-୬୭ ହଜାର ଡିଲରଙ୍କ ନାମକୁ କଳା ତାଲିକାଭୁକ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୫୨ ଲକ୍ଷ ଫ୍ରଡ୍ କନେକ୍ସନ ବନ୍ଦ-୬୭ ହଜାର ଡିଲରଙ୍କ ନାମକୁ କଳା ତାଲିକାଭୁକ୍ତ

ନୂଆଦିଲ୍ଲୀ :କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଠକେଇ ରୋକିବା ପାଇଁ ସରକାର ସିମ୍ କାର୍ଡ ଡିଲରଙ୍କ ପୋଲିସ୍ ଭେରିଫିକେସନକୁ ବାଧ୍ୟତାମୂଳକ ବାଧ୍ୟତାମୂଳକ କରିଦିଆଯାଇଛି । ଆଉ ଅଧିକ ପରିମାଣରେ ସିମ୍ ଅର୍ଡର ଦେବା ମଧ୍ୟ ବନ୍ଦ କରିଦିଆଯାଇଛି ।ସେ ଆହୁରି କହିଛନ୍ତି, ‘‘ସଞ୍ଚାର ସାଥୀ ପୋର୍ଟାଲ ଲଞ୍ଚ ପରଠାରୁ ୫୨ ଲକ୍ଷ ଫ୍ରଡ୍ କନେକ୍ସନ ବନ୍ଦ କରାଯାଇଛି । ୬୭ ହଜାର ଡିଲରଙ୍କ ନାମକୁ କଳା ତାଲିକାଭୁକ୍ତ କରାଯାଇଛି । ୨୦୨୩ ମେ’ରେ ସିମ୍ କାର୍ଡ ଡିଲରଙ୍କ ବିରୋଧରେ ୩୦୦ ପ୍ରାଥମିକ ମାମଲା ରୁଜୁ କରାଯାଇଛି । ହ୍ୱାଟ୍ସଆପ୍ ମଧ୍ୟ ନିଜ ଆଡ଼ୁ ୬୬ ହଜାର ଆକାଉଣ୍ଟ ବ୍ଲକ୍ କରିଛି । ଏହି ସବୁ ଆକାଉଣ୍ଟ ଠକେଇ ଭଳି କାମରେ ସାମିଲ୍ ଥିଲେ ।’’କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଠକେଇ ଆଦିରେ ଅଙ୍କୁଶ ଲଗାଇବା ପାଇଁ ସିମ୍ କାର୍ଡ ଡିଲରଙ୍କ ପୋଲିସ ଭେରିଫିକେସନ ବାଧ୍ୟତାମୂଳକ କରିଦିଆଯାଇଛି । ନିୟମ ଉଲ୍ଲଘଂନ କଲେ ଡିଲରଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଯିବ । ‘ ଏହା ବ୍ୟତୀତ ବ୍ୟବସାୟର କେୱାଇସି ଏବଂ ସିମ୍ ନେଉଥିବା ବ୍ୟକ୍ତିଙ୍କ କେୱାଇସି କରାଯିବ । କେୱାସି ଜରିଅ।।ରେ କୌଣସି ସଂସ୍ଥାନ କିମ୍ବା ନିବେଶକଙ୍କ ପରିଚୟ ଏବଂ ଠିକଣା ପ୍ରମାଣିତ କରିବାରେ ସହାୟକ ହେବ ।

Leave a Reply