Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୁଣ୍ଡରେ କଳସ ଧରି ଗାଁ ଦାଣ୍ଡରେ ଚାଲିଲେ କେନ୍ଦ୍ର ଅର୍ଥମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୁଣ୍ଡରେ କଳସ ଧରି ଗାଁ ଦାଣ୍ଡରେ ଚାଲିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ପୁରୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନରେ ପହଞ୍ଚିବା ପରେ ସେଠାରେ ସହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥଲେ । ଏହାପରେ ‘ମେରୀ ମାଟି ମେରା ଦେଶ ‘ କାର୍ଯ୍ୟକ୍ରମ ଅବସରରେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇଥଲା । ସହିଦ ଜୟୀ ରାଜଗୁରୁ ଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରାଯାଇ ଦିଲ୍ଲୀ ଅଭିମୁଖେ ନିଆଯାଇଛି । ଏହି ମାଟି ଦିଲ୍ଲୀରେ ଥିବା ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ହେବାକୁ ଥିବା ଅମୃତ ବାଟିକାରେ ବ୍ୟବହାର ହେବ । ତେବେ କେନ୍ଦ୍ରମନ୍ତ୍ରୀ ଘର ଘର ବୁଲି ପବିତ୍ର ମାଟି ସଂଗ୍ରହ କରିବା ପରେ ମୁଣ୍ଡରେ କଳସ ଧରି ଗାଁ ଦାଣ୍ଡରେ ଚାଲିଥିଲେ । ଅର୍ଥମନ୍ତ୍ରୀ ଆସିଥିବାରୁ ଗ୍ରାମବାସୀ ବି ବେଶ ଉତ୍ସାହିତ ଥିଲେ ।

Leave a Reply