Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସବୁ ମୁସଲମାନ ଦିନେ ହିନ୍ଦୁ ଥିଲେ : ଗୁଲାମ ନବୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସବୁ ମୁସଲମାନ ଦିନେ ହିନ୍ଦୁ ଥିଲେ : ଗୁଲାମ ନବୀ

ଶ୍ରୀନଗର: କଂଗ୍ରେସ ଛାଡି ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (ଡିପିଏପି) ଗଠନ କରିଥିବା ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସୋସିଆଲ ମିଡିଆରେ ଆଜାଦଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ସେ କହିଛନ୍ତି ଯେ ହିନ୍ଦୁ ଧର୍ମ ଇସ୍‌ଲାମଠାରୁ ପୁରାତନ । ସମସ୍ତ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ । ଆମ ଦେଶର ମୁସଲମାନମାନେ ପୂର୍ବରୁ ହିନ୍ଦୁ ଥିଲେ ଓ ଏବେ ଧର୍ମ ପରିବର୍ତ୍ତନ କରିଛନ୍ତି । କାଶ୍ମୀରର ସମସ୍ତ ମୁସଲମାନ ଦିନେ କାଶ୍ମୀର ପଣ୍ଡିତ ଥିଲେ ଓ ଏବେ ଧର୍ମ ବଦଳାଇ ଦେଇଛନ୍ତି । ସମସ୍ତେ କେବଳ ହିନ୍ଦୁ ଧର୍ମରେ ଜନ୍ମ ହୋଇଥିଲେ । ଗୁଲାମ ନବୀ ଆଜାଦଙ୍କ ଏହି ଭିଡିଓ ଜମ୍ମୁକଶ୍ମୀରର ଡୋଡା ଜିଲ୍ଲାର ଏକ ସଭା ସମୟର ବୋଲି କୁହାଯାଉଛି । ଅଗଷ୍ଟ ୯ରେ ଡୋଡାର ଚିରାଲା ଗାଁର ଏକ ସରକାରୀ ବିଦ୍ୟାଳୟରେ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ କାଶ୍ମୀର ପଣ୍ଡିତମାନଙ୍କ ମଧ୍ୟରୁ କିଛି ଇସଲାମ ଧର୍ମ ଗ୍ରହଣ କରିଥିଲେ ଓ କାଶ୍ମୀରୀ ମୁସଲମାନ ଭାବରେ ପରିବର୍ତ୍ତିତ ହୋଇଥିଲେ । ଇସଲାମ ପୂର୍ବରୁ ହିନ୍ଦୁ ଧର୍ମ ଥିଲା । ଗୁଲାମ ନବୀ ଆଜାଦ କହିଛନ୍ତି ଯେ ୧୫୦୦ ବର୍ଷ ପୂର୍ବେ ଭାରତରେ ଇସଲାମ ଧର୍ମ ଅସ୍ତିତ୍ୱକୁ ଆସିଥିବାବେଳେ ହିନ୍ଦୁ ଧର୍ମ ଇସଲାମଠାରୁ ପୁରାତନ । ୬୦୦ ବର୍ଷ ପୂର୍ବେ କଶ୍ମୀରରେ କୌଣସି ମୁସଲମାନ ନଥିଲେ ଏବଂ ସମସ୍ତ କାଶ୍ମୀରୀ ପଣ୍ଡିତ ଥିଲେ । ଆଜାଦ କହିଛନ୍ତି ଯେ ଭାରତରେ କେହି ବାହାର ଲୋକ ନୁହଁନ୍ତି । ଆମେ ସମସ୍ତେ ଏହି ଦେଶର ହୋଇଥିବାବେଳେ ଭାରତର ମୁସଲମାନମାନେ ମୂଳତଃ ହିନ୍ଦୁ ଥିଲେ, ଯେଉଁମାନେ ପରେ ଧର୍ମ ପରିବର୍ତ୍ତନ କରିଥିଲେ । ଆଜାଦ କହିଛନ୍ତି ଯେ ଯଦି କେହି ଧର୍ମ ନାମରେ ଭୋଟ୍ ନିଅନ୍ତି, ତେବେ ଏହା ଦେଶର ପ୍ରଗତିରେ ବାଧା ସୃଷ୍ଟି କରେ ଏବଂ ଘୃଣା ବିସ୍ତାର କରେ । ଆମ ଦଳରେ ଧର୍ମର ସ୍ଥାନ ନାହିଁ । ଆମ ରାଜ୍ୟର ବିକାଶ ପାଇଁ ଆମେ ଏକାଠି ହେବା ଉଚିତ ବୋଲି ଆଜାଦ ଲୋକଙ୍କୁ ନିବେଦନ କରିଛନ୍ତି ।

Leave a Reply