Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଢିଲା ନୌସେନାର ଶକ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଢିଲା ନୌସେନାର ଶକ୍ତି

କୋଲକାତା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଆଧୁନିକ ଯୁଦ୍ଧ ଜାହାଜ ଆଇଏନଏସ ବିନ୍ଧ୍ୟଗିରୀ (ପି୧୭ଏ)ର ଉଦଘାଟନ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ହୁଗଲି ନଦୀ କୂଳରେ ଅବସ୍ଥିତ ‘ଗାର୍ଡେନ ରିଚ ସିପବିଲ୍ଡର୍ସ ଏବଂ ଇଞ୍ଜିନିୟରିଂ ଲିମିଟେଡ’ ପରିସରରେ ଯୁଦ୍ଧ ଜାହାଜର ଉଦ୍‌ଘାଟନ କରିଥିଲେ । ଏହି ସମୟରେ ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଭାରତୀୟ ନୌସେନାର ‘ପ୍ରୋଜେକ୍ଟ ୧୭ ଆଲଫା’ ଅଧୀନରେ ନିର୍ମିତ ସାତୋଟି ଜାହାଜ ମଧ୍ୟରୁ ଏହା ହେଉଛି ଷଷ୍ଠ ଜାହାଜ । ଏହି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ନୌସେନାରେ ସାମିଲ ହେବା ପରେ ନୌସେନାର ଶକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ । ଏହି ପ୍ରକଳ୍ପ ଅଧିନରେ ନିର୍ମିତ ପାଞ୍ଚଟି ଯୁଦ୍ଧ ଜାହାଜ ୨୦୧୯ରୁ ୨୦୨୨ ମଧ୍ୟରେ ଆରମ୍ଭ କରାଯାଇଥିଲା । ଏହି ପ୍ରକଳ୍ପ ଅଧିନରେ, ଗାର୍ଡେନ ରିଚ ସିପବିଲ୍ଡର୍ସ ଏବଂ ଇଞ୍ଜିନିୟରିଂ ଲିମିଟେଡ ତିନିଟି ଯୁଦ୍ଧ ଜାହାଜ ନିର୍ମାଣ କରିବାକୁ ଥିଲା ଏବଂ ଏହି ଆଇଏନଏସ ବିନ୍ଧ୍ୟଗିରୀ ହେଉଛି ତୃତୀୟ ଯୁଦ୍ଧ ଜାହାଜ । ଅବଶିଷ୍ଟ ୪ଟି ଯୁଦ୍ଧ ଜାହାଜକୁ ମହାରାଷ୍ଟ୍ରର ମାଜାଗନ ଡକ ଲିମିଟେଡ ନିର୍ମାଣ କରୁଛି । ଅଧିକାରୀ କହିଛନ୍ତି ଯେ ଏହି ଯୁଦ୍ଧ ଜାହାଜର ୭୫ ପ୍ରତିଶତ ଅଂଶ ସ୍ୱଦେଶୀ କମ୍ପାନୀ ଏବଂ ମଧ୍ୟମ ଆକାରର କମ୍ପାନୀ ଅର୍ଥାତ୍ ଏମଏସଏମଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି । ନୌସେନାରେ ପ୍ରବେଶ କରିବା ପୂର୍ବରୁ ଏହାର ଅନେକ ପରୀକ୍ଷା କରାଯିବ ।

Leave a Reply