Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାତୀୟ ପତାକାକୁ ଅସମ୍ମାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାତୀୟ ପତାକାକୁ ଅସମ୍ମାନ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ପ୍ରୟାଗରାଜରେ ବିଚଳିତ କଲା ଭଳି ଖବର ସମ୍ନାକୁ ଆସିଛି । ତ୍ରରଙ୍ଗା ଭଳି ଏକ କପଡ଼ା ଟେବୁଲ ଉପରେ ବିଛାଇ ଅତିଥିଙ୍କ ଆତିଥ୍ୟ କରାଯାଉଛି । କପଡ଼ା ଉପରେ ଖାଦ୍ୟ ପରସା ଯାଇଛି । ଆଉ ଟେବୁଲ ଚାରି ପାର୍ଶ୍ୱରେ ଲୋକ ମଧ୍ୟ ବସିଛନ୍ତି । ଫଟୋ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ କଡ଼ା ନିନ୍ଦା କରାଯାଇଛି । ଏପଟେ ପୋଲିସ ୪ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ହିନ୍ଦି ଦୈନକ ଖବର କାଗଜ ଦୈନିକ ଭାସ୍କର ଅନୁଯାୟୀ, ଏହା ୧୫ ଅଗଷ୍ଟର ଘଟଣାୟ ପ୍ରୟାଗରାଜ ଜିଲ୍ଲା ହୋଲାଗଡ ଥାନା ଦହିୟାବାଂ ବଜାରର ଏକ ମଦ୍ରାସାରେ ତ୍ରିରଙ୍ଗା ଭଳି ଏକ କପଡ଼ାକୁ ଟେବୁଲର ବିଛାଇ ଜାତୀୟ ପତାକା ଅସମ୍ମାନିତ କରାଯାଇଛି । ନିମନ୍ତ୍ରିତ ହୋଇଥିବା ଅତିଥିଙ୍କ ପାଖରେ ଥିବା ଟେବୁଲ ଉପରେ ତ୍ରିରଙ୍ଗା ଭଳି କପଡ଼ା ପଡିଥିଲା ଏବଂ ଏହା ଉପରେ ସେମାନ ପାଇଁ ଜଳଖିଆ ପରସା ଯାଇଥିଲା । ଏଭଳି ଫଟୋ ଲୋକେ ସୋସିଆଲ୍ ମିଡିଆ ଭାଇକାଲ୍ କରିଥିଲେ । ତ୍ରିରଙ୍ଗା ଭଳି କପଡ଼ାକୁ ଦେଖି ଉତ୍ୟକ୍ତ ହୋଇଥିଲେ ଲୋକେ । ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ୪ଜଣଙ୍କ ନାଁରେ କେସ ରୁଜୁ ହୋଇଛି । ଦହିୟାବା ବ୍ୟାପର ମଣ୍ଡଳର ସଦସ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜାତୀୟ ପତାକାରୁ ଅପାମାନିତ କରିଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Leave a Reply