Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତୁଳସୀ ଗଛ ଦ୍ୱାରା ଘରେ ଆସୁଥିବା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତୁଳସୀ ଗଛ ଦ୍ୱାରା ଘରେ ଆସୁଥିବା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ସଠିକ ଦିଗରେ ଥିବା ଗଛ ଘର ଭିତରକୁ ସକରାତ୍ମକ ଶକ୍ତି ପ୍ରବେଶ କରାଇଥାନ୍ତି । ଯାହା ଘରେ ସଫଳତା, ପ୍ରଗତି ଏବଂ ସମୃଦ୍ଧି ଆଣିଥାଏ । ଅନ୍ୟପକ୍ଷରେ ଯଦି ସେମାନଙ୍କୁ ଭୁଲ ଦିଗରେ ରଖାଯାଏ ତେବେ ସେମାନେ ଦାରିଦ୍ର‌୍ୟ ସୃଷ୍ଟି କରନ୍ତି । ଏମିତିରେ ସମସ୍ତଙ୍କ ଘର ବାହାରେ ତୁଳସୀ ଗଛ ତ ରହିଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ ପାଖରେ କିଛି ନିର୍ଦ୍ଧିଷ୍ଟ ଗଛ ରଖିବାକୁ ବାରଣ କରାଯାଇଛି । ଏହାସହ କିଛି କାମ କରିବାକୁ ଏଠାରେ ମଧ୍ୟ ବାରଣ କରାଯାଇଛି । ତୁଳସୀ ଗଛ, କେବଳ ଏକ ଓଷଧୀୟ ବୃକ୍ଷ ଭାବେ କାର୍ଯ୍ୟ କରିନଥାଏ । ଏହା ଦ୍ୱାରା ଘରେ ଆସୁଥିବା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ଦେବୀ ଲକ୍ଷ୍ମୀଙ୍କ ରୂପ ବୋଲି ଧରାଯାଏ । ଏମିତି କୁହାଯାଏ ଯେ ଯେଉଁ ଘରେ ତୁଳସୀ ଗଛ ଲାଗିଥାଏ ସେହି ଘରେ କେବେବି ସମସ୍ୟା ଆସିନଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ବିଷୟରେ ଜଣାଇବୁ ଯାହାକୁ ଭୁଲରେ ମଧ୍ୟ ତୁଳସୀ ଗଛ ପାଖରେ ଉଚିତ ନୁହେଁ । କାରଣ ଏହା ଦ୍ୱାରା ମାତା ତୁଳସୀ କ୍ରୋଧିତ ହୋଇଯାନ୍ତି ଯାହା ଦ୍ୱାରା ଆପଣଙ୍କୁ ବହୁତ ସମସ୍ୟା ଆସିପାରେ । ତେବେ ଆସନ୍ତୁ ଜାଣିବା ଏହି ସବୁ କାରଣ ବିଷୟରେ । ତୁଳସୀ ଗଛ ପାଖରେ ଭୁଲରେ ମଧ୍ୟ କେବେବି ଓଦା କପଡା ଶୁଖାଇବା ଉଚିତ ନୁହେଁ । ଏହା ଦ୍ୱାରା ସକାରାତ୍ମକ ଉର୍ଜାର ହାନି ହେବାକୁ ଲାଗିଥାଏ ଏବଂ ମାତା ତୁଳସୀ ମଧ୍ୟ ବହୁତ କ୍ରୋଧିତ ହୋଇଥାନ୍ତି । ତୁଳସୀ ଗଛକୁ ସବୁ ସମୟରେ ପରିଷ୍କାର ରଖିବା ପାଇଁ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ । ଏହି ଦିଗ ଉପରେ ଧ୍ୟାନ ନ ଦେଲେ ଅଶାନ୍ତି ଏବଂ ଧନ ଦୌଲତ ହ୍ରାସ ହେବାକୁ ଲାଗିଥାଏ । ଏଥିପାଇଁ ଏହି କଥା ଉପରେ ନିଶ୍ଚୟ ଧ୍ୟାନ ରଖନ୍ତୁ । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ତୁଳସୀ ଗଛ ପାଖରେ ଗଣେଶ ମୂର୍ତ୍ତୀକୁ ରଖି ଦିଅନ୍ତି, ଯାହା ବହୁତ ବଡ ଭୁଲ ବୋଲି ବିବେଚନା କରାଯାଏ । ଏଥିପାଇଁ ଏମିତି ଆଦୌ କରିବା ଉଚିତ ନୁହେଁ । ଏହା ଦ୍ୱାରା ଘରେ କାଗାଂଳୀ ପରିସ୍ଥିତି ଆସିଥାଏ । ତୁଳସୀ ଗଛ ପାଖରେ ଭୁଲରେ ମଧ୍ୟ କେବେ ବି ଜୋତା ଚପଲ ରଖନ୍ତୁ ନାହିଁ । ଏମିତି କରିବାକୁ ବହୁତ ଅଶୁଭ ବୋଲି ଧରାଯାଏ

Leave a Reply