Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାଙ୍କଡ ଖାଇବା ଦ୍ୱାରା କର୍କଟ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ କମିଯାଏ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାଙ୍କଡ ଖାଇବା ଦ୍ୱାରା କର୍କଟ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ କମିଯାଏ

କାଙ୍କଡ଼ରେ କାରୋଟିନୋଏଡ୍‌, ଲ୍ୟୁଟିନ୍ ଭଳି ଅନେକ ଉପାଦାନ ରହିଥାଏ । ଯାହା ଆମକୁ ଚକ୍ଷୁ ସମ୍ବନ୍ଧୀୟ ଅନେକ ରୋଗରୁ ରକ୍ଷା କରିଥାଏ । ତେଣୁ ଏହା ଆମ ଶରୀରରେ କର୍କଟ ରୋଗ ହେବାର ଆଶଙ୍କା ହ୍ରାସ କରିଥାଏ । କାଙ୍କଡ ଖାଇବା ଦ୍ୱାରା କର୍କଟ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ କମିଯାଏ । କାଙ୍କଡ଼ରେ ଭିଟାମିନ୍ ସି ଏବଂ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଶରୀରରୁ ମୁକ୍ତ ରେଡିକାଲ୍ ଏବଂ ଟକ୍ସିନ୍ ବାହାର କରିଥାଏ । କାଙ୍କଡ଼ରେ କାରୋଟିନୋଏଡ୍‌, ଲ୍ୟୁଟିନ୍ ଭଳି ଅନେକ ଉପାଦାନ ରହିଥାଏ । ଯାହା ଆମକୁ ଚକ୍ଷୁ ସମ୍ବନ୍ଧୀୟ ଅନେକ ରୋଗରୁ ରକ୍ଷା କରିଥାଏ । ତେଣୁ ଏହା ଆମ ଶରୀରରେ କର୍କଟ ରୋଗ ହେବାର ଆଶଙ୍କା ହ୍ରାସ କରିଥାଏ । କାଙ୍କଡରେ ଅନେକ ପ୍ରକାରର ଫ୍ଲାଭୋନାଏଡ୍ ରହିଛି । ଯେପରିକି, ଲୁଟେନ୍‌, ବିଟା କାରୋଟିନ୍‌, ଜିଆକ୍ସାଣ୍ଟିନ୍ ଇତ୍ୟାଦି । ଏହିସବୁ ଉପାଦାନ ଆମ ଚର୍ମରୁ ମଇଳା ସଫା କରିଥାଏ । ଏଥିସହ ତ୍ୱଚାରେ ଚମକ ଆଣିଥାଏ । କାଙ୍କଡ଼ରେ ଆଣ୍ଟି-ଏଜିଙ୍ଗ୍ ଗୁଣ ମଧ୍ୟ ରହିଛି । କାଙ୍କଡ଼ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ପ୍ରଦୂଷଣ ଏବଂ ବୟସ କାରଣରୁ କୋଷରେ ସୃଷ୍ଟି ହୋଇଥିବା ମୁକ୍ତ ରେଡିକାଲକୁ ଦୂର କରିଥାଏ । ଯାହା ଫଳରେ ଶରୀରକୁ ବାର୍ଦ୍ଧକ୍ୟ ଜନିତ ପ୍ରଭାବରୁ କିଛିକାଂଶରେ କମାଇଥାଏ । କାରଣରୁ ବୟସର ପ୍ରଭାବ କମିଯାଏ । ଡାକ୍ତରଙ୍କ କହିବା ଅନୁସାରେ କାଙ୍କଡ଼ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ତେଣୁ ଯେଉଁମାନଙ୍କର ମେଦବହୁଳତା ରହିଛି କିମ୍ୱା ଯେଉଁମାନେ ଏକ ସୁସ୍ଥ ଶରୀର ଗଠନ ପାଇଁ ପରିଶ୍ରମ କରୁଛନ୍ତି ସେମାନେ କାଙ୍କଡ ଖାଇବା ଅଧିକ ଆବଶ୍ୟକ । କାଙ୍କଡରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଏବଂ ଫାଇବର ଥାଏ ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । କାଙ୍କଡ଼ ଏପରି ଏକ ପରିବା ଯେଉଁଥିରେ କ୍ୟାଲୋରୀ ବହୁତକମ୍ ଥାଏ । ୧୦୦ ଗ୍ରାମ କାଙ୍କଡ ଖାଇଲେ ଆପଣଙ୍କ ଶରୀରକୁ ମାତ୍ର ୧୭ କ୍ୟାଲୋରୀ ମିଳିବ । ତେଣୁ କାଙ୍କଡ଼ ଖାଇବା ଦ୍ୱାରା ଆପଣଙ୍କ ଓଜନ ହେବାରେ ଏହା ଖୁବ ସାହାଯ୍ୟ କରିଥାଏ । ମଧୁମେହରେ ଆକ୍ରାନ୍ତ ରୋଗୀଙ୍କ ପାଇଁ କାଙ୍କଡ ବେଶ୍ ଲାଭଦାୟକ । କାଙ୍କଡକୁ ଇନସୁଲିନ୍ ପ୍ଲାଣ୍ଟ ମଧ୍ୟ କୁହାଯାଏ । ଯେଉଁ ପନିପରିବାରେ ଅଧିକ ମାତ୍ରାରେ ଫାଇବର ଥାଏ ତାହା ମଧୁମେହକାରୀ ଖାଦ୍ୟ ଭାବରେ ଗଣନା କରାଯାଇଥାଏ । ଏହା ମଧୁମେହ ରୋଗୀଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାକୁ ମଧୁମେହ ବିରୋଧୀ ପରିବା ବୋଲି କୁହାଯାଏ । କାଙ୍କଡ଼ ଅଧିକାଂଶ ମୌସୁମୀ ସମୟରେ ହିଁ ମିଳିଥାଏ । ମୌସୁମୀ ଋତୁରେ ଆମ ଶରୀରକୁ ହେଉଥିବା ରୋଗ ଦାଉରୁ କାଙ୍କଡ଼ ଖାଇବା ଦ୍ୱାରା ରୋକାଯାଇପାରେ । କାଙ୍କଡ ଏପରି ଏକ ପରିବା ଯାହା ଥଣ୍ଡା, କାଶ ସମେତ ଆହୁରୀ ଅନେକ ରୋଗରୁ ଆମ ଶରୀରକୁ ରକ୍ଷା କରିଥାଏ ।

Leave a Reply