Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁଣି କଂସେଇ ହାତରେ ଗୋମାତାର ହତ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁଣି କଂସେଇ ହାତରେ ଗୋମାତାର ହତ୍ୟା

ସୁନ୍ଦରଗଡ; ଓଡ଼ିଶାରେ ଗୋହତ୍ୟା ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଥିବା ସହ ଓଡିଶାରେ ଗାଈ ମାଂସ, ଗାଇ ଚମଡା, ଗାଈ ହାଡ ବିକ୍ରି ପାଇଁ ମଧ୍ୟ କାହାରିକୁ ପ୍ରଶାସନିକ ଅନୁମତି ନଥିବାବେଳେ ଓଡିଶାର ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲୁଅଛି ଏକାଧିକ ବେଆଇନ ଗୋରୁ ହାଟ । ଯେଉଁ ହାଟରୁ କଂସେଇ ମାନେ ଗାଈ କିଣି ଶହ ଶହ କିଲୋମିଟର ଚଲାଇ ଚଲାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା କଂଗେଇଖାନା ସମେତ ଓଡିଶା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ଓ ଛତିଶଗଡ ରାଜ୍ୟର ଏକାଧିକ କଂସେଇଖାନାକୁ ପଠାଇଥାନ୍ତି । ଯେଉଁଠି ନିତ୍ୟ ଶହ ଶହ ଗୋମାତାଙ୍କୁ କଂସେଇମାନେ ହତ୍ୟା କରି ସେମାନଙ୍କର ମାଂସକୁ ନିଜେ ଖାଇବା ସହ ବଜାରରେ ବିକ୍ରି ମଧ୍ୟ କରିଥାନ୍ତି । ଗତ ସପ୍ତାହରେ ଜିଲ୍ଲାରେ ଦୁଇଟି ଥାନା ଅଞ୍ଚଳରେ ଘଟି ଯାଇଥିବା ଦୁଇଟି ଗୋହତ୍ୟା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ । ଘଟଣାରୁ ପ୍ରକାଶ ଯେ ସୁନ୍ଦରଗଡ ପୋଲିସ ଜିଲ୍ଲା ଅଞ୍ଚଳରେ ଥିବା ଟାଉନଥାନା ଅଞ୍ଚଳର ଅମଲିପାଲି ଗ୍ରାମ ନିକଟରେ କିଛି ଲୋକମାନେ ଗାଈ କାଟୁଥିବା ଖବର ପାଇ „ ଗୋହତ୍ୟାକାରୀଙ୍କ ଚୋରି ଉପରେ ସିନା „ ଚୋରି ଗୋରକ୍ଷକଙ୍କ ନାମରେ ଦେଲେ ଏତଲା ବଜରଙ୍ଗ ଦଳର କର୍ମୀ ଓ ଗୋରକ୍ଷକ ମାନେ ନିଜ ସହର୍କୀମାନଙ୍କ ସହ ପହଞ୍ôଚବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଘଟଣା ସ୍ଥଳରେ ପହଁଞ୍ôଚବା ପରେ ପୋଲିସ ଉପସ୍ଥିତିରେ ବିପୁଳ ପରିମାଣରେ ଗୋ ମାଂସ , ଚମଡା ଓ ଗାଈର କଟା ମୁଣ୍ଡା ଆଦି ଜବତ ହୋଇଥିବାବେଳେ ୩ ଜଣ ଗୋହତ୍ୟାକାରୀକୁ ମଧ୍ୟ ପୋଲିସ କାବୁ କରିଛି । ପରେ ଏନେଇ ପଙ୍କଜ ସି ନାମକ ଜଣେ ଗୋରକ୍ଷକଙ୍କ ଦ୍ୱାରା ଲିଖିତ ଏତଲା ହାରରେ ପୋଲିସ କେସ ନମ୍ବର -୨୦୭ ତା ୧୧/୮/ ୨୩ ଆଇପିସିର ଧାରା ୨୯୪/ ୫୦୬ /୩୪ , ଗୋହତ୍ୟା ନିବାରଣ ଆଇନର ଧାରା -୭ରେ ଏକ କେସ ରୁଜୁ କରିଥିଲେ । ସେହିପରି ଏହି ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ଅର୍ଥାତ ୧୨-୮-୨୩ ରାତ୍ରିରେ ସେହି ସୁନ୍ଦରଗଡ ପୋଲିସ ଜିଲ୍ଲା ଅଞ୍ଚଳର ସଦର ଥାନା ଅଞ୍ଚଳର ରସରାଜପୁରରେ କିଛି ଲୋକେ ଗାଈ କାଟୁଥିବା ଖବର ପାଇ ବଜରଙ୍ଗ ଦଳ କର୍ମୀ ବବଲୁ ମହାକୁଳ ନିଜ ସହକର୍ମୀମାନୁ ନେଇ ପହଞ୍ôଚବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଘଟଣାସ୍ଥଳରୁ ବିପୁଳ ପରିମାଣର ଗାଈ ମାଂସ ଜବତ କରାଯାଇଥିବାବେଳେ ଶଙ୍କର କିଷାନ, ରଞ୍ଜନ କିଷାନ, ଆଲୋକ ଟପ୍ପୋ, ଉକ୍ତବନ୍ଧୁ ରୋହିଦାସ, ଦୁବରାଜ କିଷାନ ସମେତ ୪ ଜଣ ଗୋହତ୍ୟାକାରୀଙ୍କୁ ମଧ୍ୟ ଗିରଫ କରିଥିଲେ । ବବଲୁ ମହାକୁଳଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ କେସ ନମ୍ବର -୨୦୯ ତା ୧୩୮/୨୩ ଏବଂ ଆଇପିସି ଧାରା ୨୯୪, ୫୦୬,୩୪ ଏବଂ ଗୋହତ୍ୟା ନିବାରଣ ଆଇନର ଧାରା -୭ରେ ଏକ କେସ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଞ୍ଚଳରେ ହୋଇଥିବା ଗୋହତ୍ୟା ଘଟଣାରେ ବିପୁଳ ମାତ୍ରାରେ ଗାଈ ମାଂସ ଦେଖିବା ଏବଂ ଗୋହତ୍ୟା ଘଟଣା ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ଗୋହତ୍ୟାକାରୀମାନଙ୍କ ଅଭିଯୋଗକୁ ଆଧାର କରି ପୋଲିସ କୁଆଡେ ଗୋରକ୍ଷକମାନଙ୍କ ନାମରେ ପଲଟା ଏତଲା ଦାୟର କରିଥିଲେ । ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ପୋଲିସ ଆଭିମୁଖ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Leave a Reply