Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୂର୍ବଛାତ୍ର ପରିଷଦ, ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଦ୍ବାରା ବିବେକାନନ୍ଦ ବ୍ୟାଖ୍ୟାନମାଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୂର୍ବଛାତ୍ର ପରିଷଦ, ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଦ୍ବାରା ବିବେକାନନ୍ଦ ବ୍ୟାଖ୍ୟାନମାଳା

ଭୁବନେଶ୍ୱର: ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି ଓଡ଼ିଶା ପୂର୍ବଛାତ୍ର ପରିଷଦ ଦ୍ବାରା ବିବେକାନନ୍ଦ ବ୍ୟାଖ୍ୟାନମାଳା – ଆତ୍ମନିର୍ଭର ଭାରତ ଶୀର୍ଷକ ଅନୁଷ୍ଠିତ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବଡଗଡ ବ୍ରୀଟ କଲୋନୀ ଭୁବନେଶ୍ୱର ଠାରେ ପୂର୍ବଛାତ୍ର ପରିଷଦ ଓଡ଼ିଶା ତରଫରୁ ଆତ୍ମନିର୍ଭର ଭାରତ ଶୀର୍ଷକରେ ଏକ ବ୍ୟାଖ୍ୟାନମାଳା ପରିଷଦର ଅଧ୍ୟକ୍ଷ ଡା କୁମାରେଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଓଡ଼ିଶାର କୋଷାଧ୍ୟକ୍ଷ ତଥା ପୂର୍ବଛାତ୍ର ପରିଷଦର ପାଳକ ଶ୍ରୀଯୁକ୍ତ ସତ୍ୟନାରାୟଣ ପଟ୍ଟନାୟକ ମହୋଦୟ ମଞ୍ଚାସୀନ ହୋଇ ପୂର୍ବଛାତ୍ରମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଭୁବନେଶ୍ୱର ମହାନଗରର ସହ କାର୍ଯ୍ଯବାହ ଶ୍ରୀଯୁକ୍ତ ସୁବ୍ରତ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ବଛାତ୍ରମାନଙ୍କୁ ଭାରତର ଗୌରବମୟ ଇତିହାସ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଭାରତର ଅବଦାନ ସ୍ବାଧୀନ ଭାରତର ବିକାଶଧାରା ଉପରେ ଏବଂ ଭବିଷ୍ୟତ ଭାରତକୁ ଶିକ୍ଷା, ସଂସ୍କୃତି ,ସ୍ବାସ୍ଥ୍ୟ, ଜ୍ଞାନ କୌଶଳ, ଶିଳ୍ପ, ବାଣିଜ୍ୟ ଏବଂ ଅର୍ଥନୀତି କ୍ଷେତ୍ରରେ ଯୁବ ସମାଜ‌ ଆତ୍ମନିର୍ଭର ହୋଇ ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଗଠନର ସଂକଳ୍ପ ନିଅନ୍ତୁ ନିଜ ଠାରୁ ନିଜ ପରିବାର ଠାରୁ ଆତ୍ମନିର୍ଭର ହେବା ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି ମାର୍ଗଦର୍ଶନ କରିଥିଲେ। ପରିଷଦର ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଣୟ ପ୍ରିୟଙ୍କର ମିଶ୍ର ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ପରିଷଦର ସଂପାଦକ ଶ୍ରୀ ବଜରଙ୍ଗ ପ୍ରସାଦ ସ୍ବାଇଁ କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିଥିଲେ। ଅଧ୍ୟକ୍ଷ ଡି କୁମାରେଶ ବେହେରା ଅଧ୍ୟକ୍ଷ ଭାଷଣ ପ୍ରଦାନ କରିଥିଲେ ଏବଂ ଉପାଧ୍ୟକ୍ଷ ଶ୍ରୀ ମାନସ ରଂଜନ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷା ବିକାଶ ସମିତି ଓଡ଼ିଶାର ପ୍ରାନ୍ତ ନିରୀକ୍ଷକ ଶ୍ରୀମାନ ପ୍ରସନ୍ନ କୁମାର ବିଶ୍ବାଳ, ପ୍ରାନ୍ତ ପରୀକ୍ଷା ସଂଯୋଜକ ଶ୍ରୀ ମନୋଜ କୁମାର ଦାଶ, ସହ ପରୀକ୍ଷା ସଂଯୋଜକ ଶ୍ରୀ ରୁଦ୍ରନାରାୟଣ ବେହେରା, ପୂର୍ବ ସଂଭାଗ ସଂଯୋଜକ ଶ୍ରୀ ଶିରିଶ କୁମାର ହାତୀ , ପୁରୀ ବିଭାଗ ନିରୀକ୍ଷକ ଶ୍ରୀ ପ୍ରସନ୍ନ କୁମାର ମହାନ୍ତି ଆଦି ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଭୁବନେଶ୍ୱର ମହାନଗରର ସମସ୍ତ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ଯମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବଡଗଡ ବ୍ରୀଟ କଲୋନୀ ଭୁବନେଶ୍ୱରର ଗୁରଜୀଗୁରୁମା ପୂର୍ଣ୍ଣ ସହଯୋଗ କରିଥିଲେ। ବହୁ ସଂଖ୍ୟକ ପୂ୍ର୍ବଛାତ୍ର ଏଥିରେ ଯୋଗଦେଇଥିଲେ।

Leave a Reply