Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହାଫିଜ ସଇଦର ପ୍ରତ୍ୟାର୍ପଣ ଦାବିରେ ପାକିସ୍ତାନ ସହ ସମ୍ପର୍କ ସ୍ଥାପନା କଲା ଭାରତ! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହାଫିଜ ସଇଦର ପ୍ରତ୍ୟାର୍ପଣ ଦାବିରେ ପାକିସ୍ତାନ ସହ ସମ୍ପର୍କ ସ୍ଥାପନା କଲା ଭାରତ!

ନୂଆଦିଲ୍ଲୀ : ଭାରତର ଶତ୍ରୁ ତଥା ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜସଇଦକୁ ଭାରତ ଆଣିବା ପାଇଁ ପୁଣିଉଦ୍ୟମ ଆରମ୍ଭ ହୋଇଛି । ଏଥିରେଭାରତ ସରକାରଙ୍କ ପକ୍ଷରୁ ଔରଚାରିକରୂପେ ପାକିସ୍ତାନକୁ ସଇଦର ପ୍ରତ୍ୟାର୍ପଣଦାବି କରାଯାଇଛି । ପାକିସ୍ତାନଗଣମାଧ୍ୟମ ସୂତ୍ରରୁ ଏହି ଖବର ଆସୁଛି ।ତେବେ ଏହାକୁ ନେଇ ଦୁଇ ଦେଶଙ୍କପକ୍ଷରୁ ଏପର୍ଯ୍ୟନ୍ତ ଅଧିକାରୀକ ଭାବେକିଛି କୁହାଯାଇ ନାହିଁ । ଉଲ୍ଲେଖ ଯୋଗ୍ୟ ଯେ ଲସ୍କର-ଏ-ତୌୟବା ଅର୍ଥାତ ଏଲଇଟି ଆତଙ୍କବାଦୀ ଭାରତରେ ମୋଷ୍ଟୱାଣ୍ଟେଡ ସୂଚୀରେ ରହିଛି । ଭାରତ ପକ୍ଷରୁ ଔପଚାରିକ ଦାବି ପରେ ଏଲଇଟି ସଂସ୍ଥାପକ ସଇଦକୁ ଭାରତ ଆଣିବାପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ଆତଙ୍କବାଦୀ ଉପରେ ଆମେରିକା ୧୦ମିଲିୟନ ଡଲାରର ପୁରସ୍କାର ରଖିଛି । ତେବେ ଭାରତର ଏହା ପ୍ରଥମ ଉଦ୍ୟମ ନୁହେଁ । ଏହା ପୂର୍ବରୁ ମଧ୍ୟ ଭାରତ ଅନେକବାରହାଫିଜ ସଇଦର ପ୍ରତ୍ୟାର୍ପଣ ଦାବି କରିଛି । ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରତ୍ୟାର୍ପଣ ସନ୍ଧି ନଥିବାରୁ ଏହି ପ୍ରକ୍ରିୟାପ୍ରଭାବିତ ହୋଇଛି । ତେବେ ସବୁଠୁ ଖାସ କଥା ଯାହା ତାହା ହେଉଛି ଗତବର୍ଷ ଏପ୍ରିଲ ମାସରେ ମଧ୍ୟ ଖବର ଆସିଥିଲା ଯେସଇଦକୁ ୩୧ ବର୍ଷ ଜେଲଦଣ୍ଡାଦେଶ କରାଯାଇଛି । ସେତବେଳେ ତା ଉପରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବାରଅଭିଯୋଗ ହୋଇଥିଲା । ହେଲେ ସେ ଜେଲରେ ଅଛି କି ଘରେ ରହୁଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଭାରତ ଗତବର୍ଷସଇଦର ପୁଅ ତଲହା ସଇଦକୁ ୟୁଏପିଏରେ ଆତଙ୍କବାଦୀ ଘୋଷଣା କରିଥିଲା । ତଲହା ଏବେ ସେ ପାକିସ୍ତାନରେ ହେବାକୁଯାଉଥିବା ସାଧାରଣ ର୍ନିବାଚନରେ ପ୍ରାର୍ଥୀ ହେଉଥିବା ସୂଚନା ଆସୁଛି । ଖବର ଅନୁସାରେ ତଲହା ପାକିସ୍ତାନୀ ମରକଜୀମୁସ୍ଲିମ ଲିଗ୍ (ପିଏମଏମଏଲ) ପାର୍ଟିରୁ ର୍ନିବାଚନ ଲଢିପାରେ । ପାକିସ୍ତାନରେ ଫେବୃଆରୀ ୨୦୨୪ରେ ସାଧାରଣ ର୍ନିବାଚନଅନୁଷ୍ଠିତ ହେବ । ଏଥିପାଇଁ ପାକିସ୍ତାନ ର୍ନିବାଚନ ଆୟୋଗ ଜାନୁୟାରୀରେ ପ୍ରାର୍ଥୀ ସୂଚୀ ଜାରି କରିବେ ।

Leave a Reply