Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାନାଡ଼ାରେ ଖଲିସ୍ତାନୀ ଉଗ୍ରବାଦୀଙ୍କ ଉପଦ୍ରବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାନାଡ଼ାରେ ଖଲିସ୍ତାନୀ ଉଗ୍ରବାଦୀଙ୍କ ଉପଦ୍ରବ

ନୂଆଦିଲ୍ଲୀ: କାନାଡ଼ାରେ ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ସମର୍ଥକ । ଖଲିସ୍ତାନୀ ଉପଦ୍ରବୀମାନେ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି । ଏହା ସହିତ ଭାରତୀୟ ସମୁଦାୟଙ୍କୁ ଭୟଭୀତ କରିବା ପାଇଁ କାନାଡ଼ା ସଂଜୁକ୍ତ ରାଷ୍ଟ୍ର ଆମେରିକାର ଫ୍ରଜର୍ ନଦୀର ଦକ୍ଷିଣ ପ୍ରାନ୍ତରେ ଥିବା ସହରର ଏକ ହିନ୍ଦୁ ମନ୍ଦିରର ମୁଖ୍ୟ ଦ୍ୱାରାରେ ପୋଷ୍ଟର ଲଗାଇ ନାରାବାଜି କରିଛନ୍ତି । ପୋଷ୍ଟର ହରଦୀପ୍ ନିଜ୍ଜରର ହତ୍ୟା ଉପରେ ଜନମତ ସଂଗ୍ରହ ପାଇଁ କୁହାଯାଇଛି । ‘ଦି ଅଷ୍ଟ୍ରେଲିଆ ଟୁ ଡେ’ ଏକ ଭିଡିଓ ମଧ୍ୟ ଟ୍ୱିଟ୍ କରିଛି । ଯେଉଁଥିରେ ଦୁଇ ଖଲିସ୍ତାନ ସମର୍ଥକ ମନ୍ଦିର ପ୍ରବେଶ ଦ୍ୱାରରେ ପୋଷ୍ଟର ମାରୁଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଲେଖା ହୋଇଛି ଯେ, ଜୁନ ୧୮ ତାରିଖରେ ହୋଇଥିବା ହତ୍ୟାକାଣ୍ଡରେ ଭାରତର ଭୂମିକା ଯାଞ୍ଚ ପାଇଁ ଜନମତ ସଂଗ୍ରହ କରାଯାଉଛି । ପୋଷ୍ଟରରେ ଜତିନ୍ଦର ହରଦୀପ ସଂହ ନିଜ୍ଜରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କୁହାଯାଇଛି । ସୂଚନା ଅନୁଯାୟୀ, ଜୁନ ୧୮ ତାରିଖରେ କାନାଡାରେ ଖଲିସ୍ତାନୀ ସମର୍ଥକ ଉଗ୍ରବାଦୀ ହରଦୀପ୍ ସିଂହ ନିଜ୍ଜରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଭାରତ ପୂର୍ବରୁ

ହରଦୀପକୁ ଆତଙ୍କୀ ଘୋଷିତ କରିଥିଲା । କିଛି ଦିନ ପୂର୍ବରୁ ୪୧ ଆତଙ୍କବାଦୀଙ୍କ ଲିଷ୍ଟ ଜାରି କରିଥିଲା । ଏହି ତାଲିକାରେ ହରଦୀପ୍ ନିଜ୍ଜରର ମଧ୍ୟ ନାଁ ସାମିଲ ଥିଲା । କାନାଡାର ସରେ ସହରରେ ନିଜ୍ଜରକୁ ଗୁଳିକରି ହତ୍ୟା କରାଯାଇଛି । ସେ କାଡାନାର ସିଖ୍ ସଂଗଠନ ‘ସିଖ୍ ଫର୍ ଜଷ୍ଟିସ୍‌’ ସହିତ ଯୋଡ଼ି ହୋଇଥିଲେ । ନିଜ୍ଜର ପଞ୍ଜାବର ଜଳନ୍ଧର ଜିଲ୍ଲାର ନିବାସୀ । ସେ ଗତ କିଛି ବର୍ଷ ହେଲା କାନାଡା ରହିଆସୁଥିଲା ଏବଂ ଖଲିସ୍ତାନୀ ଆନ୍ଦୋଳନ ପାଇଁ ଆହ୍ୱାନ ଦେଉଥିଲା ।

Leave a Reply