Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟା ରାମ ମନ୍ଦିରରରୁ ଆସିଥିବା ନିମନ୍ତ୍ରଣ ଓ ଅକ୍ଷତ ପୂର୍ଣ୍ଣ-କଳସ କୁ ଛତ୍ରପୁର ସହରରେ ସ୍ବାଗତ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟା ରାମ ମନ୍ଦିରରରୁ ଆସିଥିବା ନିମନ୍ତ୍ରଣ ଓ ଅକ୍ଷତ ପୂର୍ଣ୍ଣ-କଳସ କୁ ଛତ୍ରପୁର ସହରରେ ସ୍ବାଗତ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା

ଛତ୍ରପୁର-ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ରୂପେ ଯଥା ରୀତିନୀତିରେ ଯଜ୍ଞାନୁଷ୍ଠାନ ସହ ପ୍ରତିଷ୍ଠାତ୍ସୋବ ପାଳନ ହେବାକୁ ଯାଉଛି । ଏହି ଅବସରରେ ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ଏବଂ ଅକ୍ଷତ ପୂର୍ଣ୍ଣ-କଳସ କୁ ସ୍‌୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବୁଧବାର ପୂର୍ବାହ୍ନରେ ଛତ୍ରପୁର ବିଶ୍ୱେଶ୍ୱର ମନ୍ଦିର ଠାରୁ ସ୍ୱାଗତ ପୂର୍ବକ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା ହୋଇଛି । ଏହି ଦିବ୍ୟ ପରିକ୍ରମା ଯାତ୍ରାରେ ସହରର ବିଭିନ୍ନ ଭକ୍ତଗୋଷ୍ଠୀ ସାମିଲ ହୋଇ ହରିବୋଲ ହୁଳାହୁଳି ଦେଇ ପ୍ରଭୁ ଶ୍ରୀରାମ ଙ୍କ ଜୟଗାନ କରି ଭକ୍ତିବାଦ ତଥା ସତ୍ୟ ସନାତନ ଧର୍ମର ମହତ୍ତ୍‌ର ଜାଗୃତି ଓ ଜନଜାଗରଣ ସୃଷ୍ଟି କରି ଭକ୍ତଜନ ମହାପ୍ରଭୁଙ୍କ କୃପା ଲାଭ କରିଛନ୍ତି । ଏହି ଶୋଭାଯାତ୍ରାରେ ପ୍ରଶାନ୍ତ କର, ସି.ଏଚ. ଦୟାନନ୍ଦ ସ୍‌୍ୱାମୀ ଙ୍କ ସମେତ ଛତ୍ରପୁରର ବଜରଙ୍ଗଦଳର ସେବାୟତଗଣ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave a Reply