Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଆ ପୁଅ ଦିଲ୍ଲୀରେ ପାଇଲେ ପୁରସ୍କାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଆ ପୁଅ ଦିଲ୍ଲୀରେ ପାଇଲେ ପୁରସ୍କାର

ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ପୁଅ ବିଚିତ୍ରାନନ୍ଦ ବିଶ୍ୱାଳ ଙ୍କୁ ଦିଲ୍ଲୀ ରେ ପୁରସ୍କୃତ ହୋଇଛନ୍ତି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଓ ଟିଭି ନାଇନି ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦିଲ୍ଲୀଠାରେ ମାଇଁ ଇଣ୍ଡିଆ ମାଇଁ ଲାଇଫି ଗୋଲସ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଛୁରିଆନା ପଂଚାୟତ ଗୁଣ୍ଡଳବା ଗ୍ରାମର ବିଚିତ୍ରାନନ୍ଦ ବିଶ୍ୱାଳ ପୁରସ୍କୃତ ହୋଇଛନ୍ତି । କେନ୍ଦ୍ର ବିଦେଶ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଦୀର୍ଘ ୨୯ ବର୍ଷ ହେବ ପରିବେଶକୁ ସ୍ୱଚ୍ଛ ସୁନ୍ଦର ରଖିବା ନିଷ୍ପତି ନେଇ ପ୍ରତ୍ୟେକ ଦିନ ପରିବେଶ ପାଇଁ କାମ କରୁଛନ୍ତି । ଶ୍ରୀ ବିଶ୍ୱାଳ ୧୯୯୪ ମସିହାରୁ ଉପକୂଳ ଜୈବ ବିବିଧତା ସଂରକ୍ଷଣ ପରିଚାଳନା ଦିଗରେ କାର୍ଯ୍ୟ କରୁଛନ୍ତି । ବିଚିତ୍ର ଦୀର୍ଘ ବର୍ଷ ହେବ ଅଲିଭି ରିଡେଲ କଇଁଛ ସଂରକ୍ଷଣ, ଉପକୂଳ ବାଲୁକା ଗୁଳ୍ମପ୍ରଜାତି ଉଦ୍ଭିଦ ପୁନଃରୁଦ୍ଧାର, ପ୍ରାକୃତିକ ହେନ୍ତାଳ ଜଙ୍ଗଲ ପରିସଂସ୍ଥାନ ସଂରକ୍ଷଣ, ଡଲଫିନ ତଥ୍ୟ ସଂଗ୍ରହ ପ୍ରଭୂତି କାର୍ଯ୍ୟ ୩ ଦଶନ୍ଧି ହେବ କାର୍ଯ୍ୟ କରୁଛନ୍ତି । ୨୦୧୯ମସିହା ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଓଡିଶା ସରକାର ଙ୍କ ଦ୍ୱାରା ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ମଧ୍ୟ ଶ୍ରୀ ବିଶ୍ୱାଳ ପାଇଛନ୍ତି । ପ୍ରତ୍ୟେକ ଦିନ ଶ୍ରୀ ବିଶ୍ୱାଳ ନିକଟବର୍ତ୍ତି ସମୁଦ୍ରକୂଳରେ ଅସ୍ତରଙ୍ଗ ଦେବୀ ମୁହାଣ ଠାରୁ ଋଷିକୂଲ୍ୟା ମୁହାଣ ପର୍ଯ୍ୟନ୍ତ ନିତିଦିନ କାର୍ଯ୍ୟ ଜାରିରଖନ୍ତି । ପୁରସ୍କାର ପାଇବା ପରେ ଅସ୍ତରଙ୍ଗ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରୁ ବିଚିତ୍ର ଙ୍କୁ ଶୁଭେଚ୍ଛା ସହ ପ୍ରଶଂସା ର ସୁଅ ଛୁଟୁଛି ।

Leave a Reply