Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବନବାସୀଙ୍କୁ ରୋଜଗାର ଦେଇଛି ଜଙ୍ଗଲି ଛତୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବନବାସୀଙ୍କୁ ରୋଜଗାର ଦେଇଛି ଜଙ୍ଗଲି ଛତୁ

କେନ୍ଦୁଝରଗଡ଼: ଛତୁ ନିରାମିଷାସୀଙ୍କ ପାଇଁ ବର୍ଷତମାମ ମନପସନ୍ଦର ଖାଦ୍ୟ । ଏଥିପାଇଁ ଆଧୁନିକ ପ୍ରଣାଳୀରେ ଉତ୍ପାଦନ ହୋଇ ବଜାରରେ ବିକ୍ରି ହୋଇ ଆସୁଛି ବଟମ ଓ ପାଳଛତୁ । କିନ୍ତୁବର୍ଷା ଋୁତୁରେ କେନ୍ଦୁଝରର ବଣପାହାଡରୁ ସଂଗ୍ରହ ହୋଇ ବଜାରରେ ବିକ୍ରି ହେଉଥିବା ଜଙ୍ଗଲି ଛତୁର ଚାହିଦା ଅଧିକ ସହ ସ୍ୱାଦ ମଧ୍ୟ ବେଶ୍ ନିଆରା । ବିଶେଷକରି କେନ୍ଦୁଝର ଜିଲ୍ଲାର ବଣ ପାହାଡ ଘେରା ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ଘଟଗାଁ, ଯୋଡା ଆଦି ବ୍ଲକ ଅଞ୍ଚଳରେ ବସବାସ କରୁଥିବା ପାରମ୍ପରିକ ବନବାସୀ ବର୍ଷା ଋତୁରେ ନିକଟସ୍ଥ ଜଙ୍ଗଲରୁ ପତଳା, ଅଙ୍ଗାରୁଆ, ମଣ୍ଡା, ମହାମଣି, ବାଉଁଶ ଛତୁୁ, କାଠ ଛତୁ, ରୁଟୁକା, ବାଲି ଛତୁ, ବିହୁଡୁଣୀ ଆଦି ବିଭିନ୍ନ କିସମର ଛତୁ ସଂଗ୍ରହ କରି ନିକଟସ୍ଥ ବଜାର ସମେତ କେନ୍ଦୁଝର ସହରକୁ ବିକ୍ରି କରିବା ପାଇଁ ଆସିଥାନ୍ତି । ଜଙ୍ଗଲରୁ ସଂଗୃହୀତ ଛତୁ ମଧ୍ୟରୁ ବିହୁଡୁଣୀ ଓ ରୁଟୁକା ଛତୁ କି.ଗ୍ରା ପ୍ରତି ୬୦୦ରୁ ୮୦୦ଟଙ୍କା ଏବଂ ବାଲି ଓ କୁଟା ଛତୁ ୩୦୦ରୁ ୪୦୦ଟଙ୍କା କିଲୋ ପ୍ରତି ବିକ୍ରି ହେଉଥିବା ବେଳେ ଅନ୍ୟ ସମସ୍ତ ଛତୁ ଚଉପତି ବା ପତ୍ର ଠୋଲାରେ ୧୫ରୁ ୨୦ଟଙ୍କା ମୂଲ୍ୟରେ ବିକ୍ରି କରୁଥିବା ବାଂଶପାଳ ବ୍ଲକ ସାପକଣ୍ଟା ଗ୍ରାମରୁ କେନ୍ଦୁଝର ସହରକୁ ଛତୁ ବିକ୍ରି କରିବାକୁ ଆସିଥିବା କଁସଲା ଦେହୁରୀ କହିଛନ୍ତି । ଏହି ବନବାସୀମାନେ ଭୋରରୁ ନିକଟସ୍ଥ ଜଙ୍ଗଲକୁ ଯାଇ ଛତୁ ସଂଗ୍ରହ କରି ଆଣିବା ପରେ ନିଜେ ଘରେ ଖାଇବା ପରେ ବଜାରକୁ ବିକ୍ରି କରିବାକୁ ଆସିଥାନ୍ତି । ଛତୁ ବିକ୍ରି ସରିବା ପରେ ଗୁଜୁରାଣ ମେଣ୍ଟାଇବା ପାଇଁ ବଜାରରୁ ସାମଗ୍ରୀ କ୍ରୟ କରି ଘରକୁ ଫେରିଥାନ୍ତି । ବର୍ଷା ଋତୁରେ କେନ୍ଦୁଝର ବଜାରରେ ମିଳୁଥିବା ଜଙ୍ଗଲି ଛତୁକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି । ଅନେକ ସମୟରେ ପାରମ୍ପରିକ ଏହି ବନବାସୀଙ୍କୁ ବେପାରୀମାନେ ପ୍ରଲୋଭିତ କରି କମ୍ ମୂଲ୍ୟରେ ଛତୁକୁ କିଣି କଟକ, ଭୁବନେଶ୍ୱର, ରାଉରକେଲା ଭଳି ସହରକୁ ନେଇ ସେଠାରେ ବହୁ ଉଚ୍ଚ ମୂଲ୍ୟରେ ବିକ୍ରି କରୁଥିବା ଜଣାପଡିଛି । ପାରମ୍ପରିକ ଏହି ବନବାସୀଙ୍କ ସଂଗୃହୀତ ଛତୁ ବିକ୍ରି ପାଇଁ ଉପଯୁକ୍ତ ବଜାର ସୁଯୋଗ ସୃଷ୍ଟି ନ ହେବାରୁ ବାଧ୍ୟ ହୋଇ ବେପାରୀଙ୍କ ଶୋଷଣର ଶୀକାର ହୋଇ ଶାଗମାଛ ମୂଲ୍ୟରେ ଜଙ୍ଗଲି ଛତୁକୁ ବିକ୍ରିକରି ଘରକୁ ଫେରିବାକୁ ବାଧ୍ୟ ହୋଇଥାନ୍ତି । ଉପଯୁକ୍ତ ବଜାର ସୁଯୋଗ ନଥିବା ସାଙ୍ଗକୁ ଦୂରଦୁରାନ୍ତରୁ ଆସି ଗ୍ରାହକ ଅପେକ୍ଷାରେ ବସିବା ଅପେକ୍ଷା କମ୍ ମୂଲ୍ୟରେ ବେପାରୀଙ୍କୁ ଦେଇ କିଭଳି ଶିଘ୍ର ଖରକୁ ଫେରିବେ ସେହି ଚିନ୍ତାରେ ରହୁଥିବାରୁ ଲାଭଖୋର ବେପାରୀ ଏହାର ଭରପୁର ଫାଇଦା ଉଠାଇଥାନ୍ତି ବୋଲି କଁସଲା ଦେହୁରୀ କହନ୍ତି ।

Leave a Reply