Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଛୁଆବର୍ଗ ସର୍ଭେ ରିପୋର୍ଟ ଗଲା କୁଆଡେ? - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଛୁଆବର୍ଗ ସର୍ଭେ ରିପୋର୍ଟ ଗଲା କୁଆଡେ?


ସର୍ଭେ ବାହାନା ଦେଖାଇ ରାଜ୍ୟ ସରକାର ଚଳିତବର୍ଷ ଉଚ୍ଚଶିକ୍ଷା ପାଇଁ ନାମ ଲେଖାରେ ମଧ୍ୟ ସଂରକ୍ଷଣ ଦେଲେ ନାହିଁ । ଚଳିତ ଶିକ୍ଷା ବର୍ଷ ପାଇଁ ନାମଲେଖା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପଂହଚିଛି, ହେଲେ ରାଜ୍ୟ ସରକାର ଏସମ୍ପର୍କରେ କୌଣସି ପଦକ୍ଷେପ ନେବାର ନାଁ ଧରୁନାହାନ୍ତି । ସମଗ୍ର ଦେଶର ଓବିସି ଛାତ୍ରଛାତ୍ରୀମାନେ ୨୭ପ୍ରତିଶତ ସଂରକ୍ଷଣ ସୁବିଧା ପାଉଥିବାବେଳେ ଓଡ଼ିଶାର ଛାତ୍ରଛାତ୍ରୀମାନେ କାହିଁକି ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ ହେଉଛନ୍ତି । ଏହା ବ୍ୟତୀତ ରାଜ୍ୟ କେତେକ ଜାତିବର୍ଗ ଯେଉଁମାନଙ୍କ ନାମ ଏସିବିସି ତାଲିକାରେ ଅଛି ସେମାନଙ୍କୁ ଓବିସି ତାଲିକାଭୁକ୍ତ କରିବା ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ବି ତାହା ଦୀର୍ଘଦିନ ହେଲା ପୂର୍ବାବସ୍ଥାରେ ଅଛି । ତୁରନ୍ତ ସେ ସମ୍ପର୍କିତ ରିପୋର୍ଟ କେନ୍ଦ୍ର କମିଶନଙ୍କୁ କାହିଁକି ପ୍ରଦାନ କରାଯାଉ ନାହିଁ ?ବହୁ ପ୍ରଚାରିତ ପଛୁଆବର୍ଗ ସର୍ଭେ ମଇ ୧ ରୁ ଆରମ୍ଭ ହୋଇ ମଇ ୨୭ରେ ସରିବ ଏବଂ ସେହି ଆଧାରରେ ଓବିିସି ବର୍ଗଙ୍କୁ ସବୁ କ୍ଷେତ୍ରରେ ସଂରକ୍ଷଣର ସୁବିଧା ମିଳିବ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିଲେ । ଏବେ ତିନି ମାସ ପରେ ବି ରିପୋର୍ଟର ସ୍ଥିତି ସମ୍ପର୍କରେ ରାଜ୍ୟବାସୀଙ୍କୁ ଆଦୌ ନଜଣାଇବା ପଛର କାରଣ ସମ୍ପର୍କରେ ଜାଣିବା ପାଇଁ ଅଗଷ୍ଟ ୯ ତାରିଖ ଦିନ ବିଜେପି ରାଜ୍ୟ ଓବିସିମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ଓବିସି କମିଶନ ଅଧ୍ୟକ୍ଷଙ୍କୁ ଭେଟି ଏସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସର୍ଭେ ରିପୋର୍ଟ ତୁରନ୍ତ ସାର୍ବଜନୀନ କରିବା ପାଇଁ ଓବିସି କମିଶନଙ୍କ ନିକଟରେ ଦାବି ଜଣାଇଛନ୍ତି ।

Leave a Reply