Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବେ ଖୋଲିବନି ଶ୍ରୀମନ୍ଦିର ଚାରିଦ୍ୱାର, ଭକ୍ତ ନିରାଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବେ ଖୋଲିବନି ଶ୍ରୀମନ୍ଦିର ଚାରିଦ୍ୱାର, ଭକ୍ତ ନିରାଶ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଏଏସଆଇ ଯାଞ୍ଚ କରିବା ପାଇଁ ପରିଚାଳନା କମିଟି ସୁପାରିଶ କରିଛି । ପରିଚାଳନା କମିଟି ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେବାୟତ ମାନଙ୍କ ପାରମ୍ପାରିକ କୁସ୍ତି ଓ ଜଗା ଆଖଡ଼ାର ଉନ୍ନତି ପାଇଁ ପରିଚାଳନା କମିଟି ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯିବ । ଚଳିତବର୍ଷ ରଥଯାତ୍ରା ଶୃଙ୍ଖଳିତ ହୋଇଥିଲେ ମଧ୍ୟ କେତେକ ନୀତି ଅବ୍ୟବସ୍ଥା ସମ୍ପର୍କରେ ନୀତି ସବ୍‌କମିଟି ଯାଞ୍ଚ କରି ପଦକ୍ଷେପ ନେବ । ହରଚଣ୍ଡୀ ସାହିରେ ସେବାୟତ ବାସଗୃହ ଯୋଜନାରେ ଗୃହ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା । ୨୦୨୪ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହି ଯୋଜନାର କାମ ଶେଷ କରିବା ପାଇଁ ଆଲୋଚନା ହୋଇଥିଲା । ସେବାୟତ କଲ୍ୟାଣ ପାଇଁ ଗୁରୁକୂଳ ସମ୍ପର୍କରେ ଟେଣ୍ଡର ପ୍ରକ୍ରିୟା ଓ ଅନ୍ୟାନ୍ୟ କାର୍ଯ୍ୟ ଆଲୋଚନା କରାଯାଇ ଚଳିତମାସ ୧୧ ତାରିଖ ସୁଦ୍ଧା ପରିଚାଳନା କମିଟିକୁ ଅବଗତ କରାଯିବ । ମହାପ୍ରଭୁଙ୍କ ବନକଲାଗି ମାସକୁ ଦୁଇଥର ବୁଧବାରରେ କରାଯିବ । ଏ ସମ୍ପର୍କରେ ନୀତି ସବକମିଟି ଓ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବେ । ଏବେ ଭକ୍ତମାନଙ୍କ ପାଇଁ ସିଂହଦ୍ୱାରରେ ପ୍ରବେଶ କରି ଉତରଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ଚାଲୁ ରହିବ । ସ୍ଥାନୀୟ ସହରବାସୀଙ୍କ ପାଇଁ ପଶ୍ଚିମଦ୍ୱାରରେ ଆଧାରକାର୍ଡ଼ କିମ୍ବା ଅନ୍ୟ ପ୍ରମାଣପତ୍ର ଦେଖାଇ ପ୍ରବେଶ କରିପାରିବେ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟ ଚାଲୁଥିବାରୁ ଦକ୍ଷିଣଦ୍ୱାର ଓ ଉତରଦ୍ୱାରରେ ଧାଡ଼ିରେ ଯିବା ପାଇଁ ବ୍ୟବସ୍ଥା ହୋଇ ନଥିବାରୁ କାର୍ଯ୍ୟ ସରିଲେ ଦ୍ୱାର ଖୋଲାଯିବ ବୋଲି ଆଲୋଚନା ହୋଇଥିଲା । ରତ୍ନ ଭଣ୍ଡାରକୁ ଏଏସଆଇ ଯାଞ୍ଚ କରିବାକୁ ୨୦୧୮ ମସିହାରେ ଏକ ପ୍ରସ୍ତାବ ଦେଇଥିଲେ । ଆସନ୍ତା ରଥଯାତ୍ରା ସମୟରେ ଏହାକୁ ଯାଂଚ କରିବା ପାଇଁ ସଭ୍ୟମାନେ ମତ ଦେଇଥିଲେ । ରଥଯାତ୍ରା ବ୍ୟତିତ ଅନ୍ୟ ସମୟରେ ଋତ୍ନ ଭଣ୍ଡାର ଯାଞ୍ଚ କରାଗଲେ ନୀତି ବିଳମ୍ବ ଓ ଭକ୍ତ ଦର୍ଶନରେ ବାଧା ସୃଷ୍ଟି ହେବ । ଆସନ୍ତା ରଥଯାତ୍ର ସମୟରେ ଏଏସଆଇକୁ ଏହି ଅନୁମତି ଦେବା ପାଇଁ ପରିଚାଳନା କମିଟିରେ ମତପ୍ରକାଶ ପାଇଛି । ଏଥିପାଇଁ ଏକ କମିଟି ଗଢାଯିବ । କମିଟିରେ ଏଏସଆଇର ବୈଷୟୀକ ଅଧିକାରୀ,ପରିଚାଳନା କମିଟିର କିଛି ସଦସ୍ୟ,ଶ୍ରୀମନ୍ଦିର ପ୍ରଶାସନ ଯନ୍ତ୍ରୀମାନେ ରହିବା ସହ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇ ବାହାର ସର୍ଭେ କରାଯିବ । ଏଥିପାଇଁ ଏହି କମିଟିରେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ଜଷ୍ଟିସଙ୍କୁ ଅଧ୍ୟକ୍ଷ ଭାବେ ରଖିବା ପାଇଁ ଆଲୋଚନା ହୋଇଥିଲା । ତେବେ ହଠାତ୍ ରତ୍ନ ଭଣ୍ଡାର ପ୍ରସଙ୍ଗ ବିଭିନ୍ନ ଟିଭି ଓ ଖବରକାଗଜରେ ପ୍ରସାରଣ ହେବା ଫଳରେ ପରିଚାଳନା କମିଟି ବୈଠକ ବସିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲେଚନା ହେଉଛି । ଏହି ବୈଠକରେ ପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ନିରାଶ କଲା ପ୍ରଶାସନ । ଏବେ ଖୋଲିବ ନାହିଁ ଶ୍ରୀମନ୍ଦିର ଚାରି ଦ୍ୱାର । ପରିକ୍ରମା ପ୍ରକଳ୍ପ କାମ ଚାଲିଥିବାରୁ ଧାଡ଼ି ପାଇଁ ସ୍ଥାନ ନଥିବା ଦର୍ଶାଇ ଚାରିଦ୍ୱାର ଖୋଲା ଯାଇପାରିବ ନାହିଁ ବୋଲି କହିଲା ପ୍ରଶାସନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସରିବା ପରେ ଚାରିଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଜିଲ୍ଲାପାଳ କହିଛନ୍ତି, ଆଜି ୪ ଦ୍ୱାର ଖୋଲିବା ଉପରେ ଆଲୋଚନା ହୋଇଥିଲା । ଏ ସମ୍ପର୍କରେ ଏସ୍‌?ପିଙ୍କ ପରାମର୍ଶ ନିଆଯାଇଥିଲା । ବର୍ତ୍ତମାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲୁଥିବାରୁ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାରରେ କ୍ୟୁ ବ୍ୟବସ୍ଥା କରାଯାଇପାରିବନି । ପର୍ଯ୍ୟାପ୍ତ ଜାଗା ନଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ କ୍ୟୁ ବ୍ୟବସ୍ଥା କରିହେବନି । ପ୍ରକଳ୍ପ କାମ ସରିବା ଯାଏ ଏବେ ଯେମିତି ଚାଲିଛି ସେମିତି ଚାଲିବ । ସାଧାରଣ ଭକ୍ତ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ ଓ ଉତ୍ତର ଦ୍ୱାର ଦେଇ ବାହାରିବେ । ପୁରୀ ବାସିନ୍ଦା ପୂର୍ବ ଓ ପଶ୍ଚିମ ଦ୍ୱାରରେ ପଶିବେ ଏବଂ ଉତ୍ତର ଦ୍ୱାରରେ ବାହାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply