Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁ ସମାଜ ଜାଗରଣ ମଞ୍ଚର ବଲାଙ୍ଗିର ଜିଲ୍ଲା ବନ୍ଦ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁ ସମାଜ ଜାଗରଣ ମଞ୍ଚର ବଲାଙ୍ଗିର ଜିଲ୍ଲା ବନ୍ଦ ପାଳନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ 4 ତାରିଖ ଦିନ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ସକାଳୁ ଆନ୍ଦୋଳନକାରୀମାନେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଉଥିବା ଦେଖିବାକୁ ମିଳିଛି । ଯାନବାହାନ ଚଳାଚଳକୁ ବି ଆନ୍ଦୋଳନ କାରୀ ମାନେ ବାରଣ କରୁଥିବା ସହ ନାରାବାଜି କରୁଥିବା ନଜର୍କୁ ଆସିଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ସହରର ବରମପୁରା ଛକରୁ ଭଗବାନ ପର୍ଶୁରାମଙ୍କୁ ହଟାଇବା ଘଟଣାକୁ ନେଇ ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନରେ ବଲାଙ୍ଗିର ସହରର ଦୋକାନ ବଜାର ତଥା ସ୍କୁଲ୍ କଲେଜ୍ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ନାରାବାଜି କରୁଛନ୍ତି । ପିକେଟିଂ କରି ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରି ଦେଇଥିବା ବେଳେ ସହର ଭିତରେ ଜନସାଧାରଣ ଚଳାଚଳ ମଧ୍ୟ ନଥିଲାବେଳେ କର୍ଫ୍ୟୁ ଭଳି ପରିସ୍ଥିତି ଦେଖାଦେଇଛି । ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ର ବିଭିନ୍ନ ହିନ୍ଦୁ ସମାଜର କର୍ମକର୍ତାଙ୍କ ଦ୍ୱାରା ସହର ସାରା ବୁଲି ବୁଲି ପିକେଟିଂ କରି ଦୋକାନ ବଜାର, କୋର୍ଟ, ବ୍ୟାଙ୍କ, ଡାକ ଘରକୁ ବନ୍ଦ କରାଯାଇଛି । ଟିଟିଲାଗଡ ଥାନାଧିକାରୀ ମନୋଜ ପ୍ରଧାନ ଓ ପୋଲିସ ଟିମ୍ ଶାନ୍ତି ଶୃଂଖଳା ରକ୍ଷା ପାଇଁ ସହରର ବିଭିନ୍ନ ଛକ ମାନଙ୍କରେ ନିୟୋଜିତ ହୋଇଥିବା ବେଳେ ପୋଲିସ ପକ୍ଷରୁ ଜୋରଦାର ପେଟ୍ରୋଲିଂ କରାଯାଉଅଛି ।

Leave a Reply