Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋସେବକ ସ୍ୱର୍ଗତ ଗୋବିନ୍ଦ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋସେବକ ସ୍ୱର୍ଗତ ଗୋବିନ୍ଦ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ : ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ଗୋସେବକ ସ୍ୱର୍ଗତ ଗୋବିନ୍ଦ ମହାନ୍ତିଙ୍କ ଏକାଦଶାହ ଅବସରରେ ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଅମର ଆତ୍ମାର ସଦଗତି ନିମନ୍ତେ ବାଘଆଖଡା ମଠରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଏଥିସହ ହରିନାମ ସଂକୀର୍ତ୍ତନ କରାଯାଇଥିଲା । ମଞ୍ଚର ସଭାପତି ପ୍ରଫେସର କାର୍ତ୍ତିକ କୁମାର ଦାସ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ଗୋ ସେବକ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଚାରଣ କରାଯାଇଥିଲା । ସେ ତାଙ୍କ ଜୀବନକୁ ଗୋସେବାରେ ଉତ୍ସର୍ଗ କରିଥିଲେ କ୍ଷ ସେ ପରୋପକାରୀ ମଣିଷ ଭାବେ ଜଣାଶୁଣା ଥିଲେ ବୋଲି ସଦସ୍ୟ ମାନେ ମତ ରଖି ଶ୍ରଦ୍ଧାଞ୍ଜଳି ବାଢିଥିଲେ । ଏହି କାର୍ଯ୍ୟକ୍ରମରେ ଶଙ୍ଖେଶ୍ୱରୀ ମନ୍ଦିର କମିଟି ସଦସ୍ୟ, ବଡଶଙ୍ଖ ବଜାର କମିଟି ସଦସ୍ୟ ଓ ଛଇତନା ଗୋଶାଳାର ଗୋସେବକ ମାନେ ଯୋଗଦାନ କରିଥିଲେ । ମଞ୍ଚର ସମ୍ପାଦକ ଦେବେନ କୁମାର ଦାଶ, କୋଷାଧ୍ୟକ୍ଷ ଗୋଲକ ଚନ୍ଦ୍ର ଜେନା, ଅଶୋକ କୁମାର ମହାନ୍ତି, ରତ୍ନାକର ସାହୁ ସନ୍ତୋଷ କୁମାର ମହାନ୍ତି ଓ ଅଧିବକ୍ତା ବିପିନ ବିହାରୀ ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply