Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
‘୮୮% ଦୁଇ ହଜାର ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଛି’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

‘୮୮% ଦୁଇ ହଜାର ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଛି’

ନୂଆଦିଲ୍ଲୀ : ୮୮ % ଦୁଇ ହଜାର ଟଙ୍କିଆ ନୋଟଗୁଡିକର ଦେଶର ବ୍ୟାଙ୍କଗୁଡିକୁ ଫେରି ଆସିଛି । ୩୧ ଜୁଲାଇ ୨୦୨୩ ସୁଦ୍ଧା ବଜାରରେ କେବଳ ୪୨, ୦୦୦ କୋଟି ଟଙ୍କା ମୂଲ୍ୟର ନୋଟ ବାକି ଅଛି । ମଙ୍ଗଳବାର ଦିନ ଏହି ସୂଚନା ପ୍ରଦାନ କରି ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ୩୧ ଜୁଲାଇ ସୁଦ୍ଧା ୩.୧୪ଲକ୍ଷ କୋଟି ଟଙ୍କାର ୨୦୦୦ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରସ୍ତ କରାଯାଇଛି । ବର୍ତ୍ତମାନ କେବଳ ୪୨ ହଜାର କୋଟି ଟଙ୍କାର ନୋଟ ବଜାରରେ ପ୍ରଚଳିତ ହେଉଛି । ଆରବିଆଇ ଅନୁଯାୟୀ, ୨୦ ମେ ୨୦୨୩ଠାରୁ, ବଜାରରେ ଥିବା ଦୁଇ ହଜାର ଟଙ୍କିଆ ନୋଟର ୮୮% ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ଆସିଛି । ୩୧ ମାର୍ଚ୍ଚ ୨୦୨୩ ରେ, ୩.୬୨ ଲକ୍ଷ କୋଟି ଟଙ୍କାର ଦୁଇ ହଜାର ନୋଟ ବଜାରରେ ପ୍ରଚଳିତ ଥିଲା ।

Leave a Reply